Tuesday, July 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାତ୍ୟା ମଧ୍ୟରେ ନୂଆ ଜୀବନ : ୧୦ଟି ଜିଲ୍ଲାରେ ଜନ୍ମନେଲେ ୭୫୦ ଶିଶୁ

by ସଞ୍ଜୟ ସ୍ୱାଇଁ
May 27, 2021
in Nayagarh
ବାତ୍ୟା ମଧ୍ୟରେ ନୂଆ ଜୀବନ : ୧୦ଟି ଜିଲ୍ଲାରେ ଜନ୍ମନେଲେ ୭୫୦ ଶିଶୁ
162
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): ରାଜ୍ୟ ସରକାରଙ୍କ ନିରନ୍ତର ଉଦ୍ୟମ ଏବଂ ଜିଲ୍ଲା ପ୍ରଶାସନର ସହାୟତାରେ ଗୋଟେ ପଟେ ‘ୟାସ୍‌’ ସାମୁଦି୍ରକ ବାତ୍ୟାର ଭୟାବହତା ଏବଂ ଅପର ପଟେ କରୋନା ମହାମାରୀର ଆତଙ୍କ ମଧ୍ୟରେ ବାତ୍ୟା ପ୍ରଭାବିତ ଉପକୂଳବର୍ତ୍ତୀ ୧୦ଟି ଜିଲ୍ଲାର ଡାକ୍ତରଖାନାଗୁଡ଼ିକରେ ୭୫୦ ଜଣ ଶିଶୁ ଜନ୍ମଲାଭ କରିଛନ୍ତି । ବାତ୍ୟା ‘ୟାସ୍‌’ର ସମ୍ଭାବ୍ୟ ବିପଦକୁ ଆଶଙ୍କା କରି ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ଏହି ୧୦ଟି ଜିଲ୍ଲାରେ ଜୁନ ପ୍ରଥମ ସପ୍ତାହ ମଧ୍ୟରେ ପ୍ରସବ ହେବାକୁ ଥିବା ଗର୍ଭବତୀ ମହିଳାମାନଙ୍କୁ ତୁରନ୍ତ ଚିହ୍ନଟ କରାଯାଇ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ନିମନ୍ତେ ପଦକ୍ଷେପ ନିଆଯାଇଥିଲା । ବିଭାଗର ଡିଏସ୍‌ଡବ୍ଲୁ୍ୟଓ, ସିଡିପିଓ, ଅଙ୍ଗନବାଡ଼ି କର୍ମୀ, ସୁପରଭାଇଜର ଓ ଆଶାକର୍ମୀମାନଙ୍କ ସହାୟତାରେ ୪୫୫୫ ଜଣ ଗର୍ଭବତୀଙ୍କୁ ଚିହ୍ନଟ କରାଯାଇଥିଲା । ତନ୍ମଧ୍ୟରୁ ୨୧୦୭ ଜଣ ଆସନ୍ନ ପ୍ରସବା ମହିଳାଙ୍କୁ ୨୪ ତାରିଖରୁ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ମଇ ୨୫ ଓ ୨୬ ତାରିଖରେ କ୍ରମାଗତ ବର୍ଷା, ପବନ ଓ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ୭୫୦ ଜଣ ଶିଶୁ ପୃଥିବୀର ଆଲୋକ ଦେଖିଛନ୍ତି । ବାଲେଶ୍ୱର-୫୮, ଭଦ୍ରକ-୯୮, କଟକ-୬୧, ଜଗତସିଂହପୁର-୮୪, ଯାଜପୁର-୬୯, କେନ୍ଦୁଝର-୫୫, ମୟୂରଭଞ୍ଜ-୩୬, କେନ୍ଦ୍ରାପଡ଼ା-୧୬୬, ଖୋର୍ଦ୍ଧା-୯୫ ଏବଂ ପୁରୀ ଜିଲ୍ଲାରେ ୨୮ ଜଣ ଶିଶୁ ଜନ୍ମ ହୋଇଛନ୍ତି । ସମସ୍ତ ପ୍ରସୂତି ଓ ନବଜାତକ ସୁସ୍ଥ ଅଛନ୍ତି । ତେବେ ବାତ୍ୟା ପ୍ରଭାବିତ ଏହି ଜିଲ୍ଲାଗୁଡ଼ିକରେ ଗର୍ଭବତୀ ଏବଂ ଆସନ୍ନପ୍ରସବାମାନଙ୍କୁ ହସ୍‌ପିଟାଲ୍‌କୁ ସ୍ଥାନାନ୍ତରଣ କରିବା ବିଭାଗୀୟ କାର୍ଯ୍ୟକର୍ତ୍ତାଙ୍କ ପାଇଁ ଥିଲା ସବୁଠାରୁ ବଡ଼ ଆହ୍ୱାନ । କିଛି ମହିଳାଙ୍କର ପ୍ରସବ ତାରିଖ ଜୁନ ମାସ ପ୍ରଥମ ସପ୍ତାହରେ ଥିବାରୁ ସେମାନେ ଏବେଠାରୁ ଆସିବାକୁ ଅନିଚ୍ଛା ପ୍ରକାଶ କରିଥିଲେ । କିନ୍ତୁ ଅଙ୍ଗନବାଡ଼ି ସୁପରଭାଇଜର ଓ କର୍ମୀମାନେ ବାରମ୍ବାର ସେମାନଙ୍କ ଘରକୁ ଯାଇ ସେମାନଙ୍କୁ ବୁଝାଇସୁଝାଇ ହସ୍‌ପିଟାଲ୍‌କୁ ଆଣିଥିଲେ । ଏ ସଂପର୍କରେ ନିଜର ଅଭିଜ୍ଞତା କହିଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁର ପ୍ରକଳ୍ପର ଅଙ୍ଗନବାଡ଼ି ସୁପରଭାଇଜର ସ୍ୱିଟସୁମନ୍‌ ସାହୁ । ଜିଲ୍ଲାରେ ସବୁଠାରୁ ଅଧିକ ପ୍ରଭାବିତ ଏହି ପ୍ରକଳ୍ପର ନରସିଂହପୁର ଗ୍ରାମପଞ୍ଚାୟତ ଅଧୀନସ୍ଥ ସ୍ଥିତ କାଳିଦାସପୁର ଗ୍ରାମର ଜଣେ ଗର୍ଭବତୀ ମହିଳାଙ୍କର ୩୦ ମଇରେ ପ୍ରସବ ତାରିଖ ଥିବାରୁ ସେ କୌଣସିମତେ ହସ୍‌ପିଟାଲ୍‌କୁ ଯିବାକୁ ରାଜି ହୋଇନଥିଲେ । କିନ୍ତୁ ବାରମ୍ବାର ଅନୁରୋଧ ଏବଂ ପରିସ୍ଥିତିର ଗୁରୁତ୍ୱ ଦୃଷ୍ଟିରୁ ଅଙ୍ଗନବାଡ଼ି କର୍ମୀ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ୨୫ ତାରିଖ ଦିନ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରିଥିଲେ । ୨୬ ତାରିଖ ବାତ୍ୟାର ଗମ୍ଭୀରତା ମଧ୍ୟରେ ମହିଳା ଜଣକ ସୁସ୍ଥ ପୁତ୍ରସନ୍ତାନକୁ ଜନ୍ମ ଦେଇଥିଲେ । ଏଥି ପାଇଁ ତାଙ୍କ ପରିବାର ଲୋକମାନେ ଖୁସି ପ୍ରକଟ କରିବା ସହ ସରକାରୀ ତତ୍ପରତା ପାଇଁ ସାଧୁବାଦ ଜଣାଇଛନ୍ତି । ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଆନୁଷ୍ଠାନିକ ପ୍ରସବ ପାଇଁ ବାରମ୍ବାର ସମୀକ୍ଷା କରିବା ସହ ନିର୍ଦ୍ଦେଶକ ଶ୍ରୀ ଅରବିନ୍ଦ ଅଗ୍ରୱାଲ ଜିଲ୍ଲାଗୁଡ଼ିକ ସହ ନିୟମିତ ଯୋଗାଯୋଗପୂର୍ବକ ମନିଟରିଂ କରିଥିଲେ । ପ୍ରମୁଖ ଶାସନ ସଚିବ କ୍ଷେତ୍ର କର୍ମଚାରୀମାନଙ୍କ ନିଷ୍ଠାପର ଉଦ୍ୟମ ପାଇଁ ସନ୍ତୋଷ ବ୍ୟକ୍ତ କରିଛନ୍ତି । ପ୍ରକାଶ ଥାଉ କି, ଏହି ଦଶଟି ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଗର୍ଭବତୀ ଓ ପ୍ରସୂତୀ ମହିଳାମାନଙ୍କୁ ଦିଆଯାଉଥିବା ଶୁଖିଲା ରାସନକୁ ଆଗାମୀ ଜୁନ ମାସ ପାଇଁ ଆଗୁଆ ପଦକ୍ଷେପ ସ୍ୱରୂପ ଚଳିତ ମଇ ୨୫ ତାରିଖ ସୁଦ୍ଧା ବଣ୍ଟନ କରାଯାଇଛି । ହିତାଧିକାରୀମାନେ ଏହାର ସଠିକ୍‌ ଉପଯୋଗ କରିବା ନିମନ୍ତେ ବିଭାଗ ତରଫରୁ ପରାମର୍ଶ ଦିଆଯାଇଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!