ମୁମ୍ବାଇ, (ବାଘୁଆବାର୍ତ୍ତା): ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଖବର ଟି ସତ । ମହାମାରୀ କରୋନା ବିଶ୍ୱବାସୀଙ୍କୁ କବଳିତ କରି ରଖିଛି । ଏହାରି ଭିତରେ ଭାରତ ସରକାର ମହାମାରୀ କରୋନାକୁ ଦୃଷ୍ଟି ବିଦେଶକୁ ବିମାନ ଉଡାଣ ଉପରେ କଟକଣା ଜାରି କରାଯାଇଛି । ବର୍ତ୍ତମାନର ପରିସ୍ଥିତିରେ ଜଣେ ଯାତ୍ରୀକୁ ନେଇ ମୁମ୍ବାଇରୁ ଦୁବାଇକୁ ଉଡିଥିଲା ବିମାନ । ଦୁବାଇରେ ବାସ କରୁଥିବା ଭାବେଶ ଜାଭେରୀ ଯାତ୍ରୀକୁ ନେଇ ୩୫୦ ସିଟ୍ ବିଶିଷ୍ଟ ବୋଇଂ-୭୭୭ ବିମାନ ମୁମ୍ବାଇରୁ ଦୁବାଇକୁ ଉଡାଣ କରିଥିଲା । ଏହାକୁ ନେଇ ଯାତ୍ରୀଙ୍କ ଠାରୁ ଆରମ୍ଭ କରି ପାଇଲଟ ପର୍ଯ୍ୟନ୍ତ ସମସ୍ତେ ଚକିତ ହୋଇ ପଡିଛନ୍ତି । ବିମାନଟି ଦୁବାଇ ଯାତ୍ରା କରୁଥିବା ସମୟର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ କେବଳ ଯାତ୍ରୀ ଭବେଶ ଓ ବିମାନ କର୍ମଚାରୀ, ସୁରକ୍ଷା କର୍ମୀ ଥିବା ଜଣାପଡିଛି । ବିମାନର ସମସ୍ତ ସିଟ୍ ଖାଲି ପଡିଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ।






