କୋଲକାତା, (ବାଘୁଆବାର୍ତ୍ତା): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ୟଶ’ ଓଡ଼ିଶା ଲ୍ୟାଣ୍ଡଫଲ କରିଥିଲା । ଲ୍ୟାଣ୍ଡଫଲ ସମୟରେ ଓଡ଼ିଶା ସମୁଦ୍ର କୂଳିଆ ଅଞ୍ଚଳ ପ୍ରଭାବିତ ହୋଇଥିବା ବେଳେ ପଶ୍ଚିମଙ୍ଗରେ ବାତ୍ୟା ‘ୟଶ’ ତାଣ୍ଡବ ରଚିଛି । ଜଳ ପ୍ରଳୟ ସୃଷ୍ଟି କରିଛି । ଗାଁ ଗାଁ ଭିତରେ ସମୁଦ୍ରର ଜଳ ଲହଡି ଭାଙ୍ଗୁଛି । କେତେକ ଲୋକଙ୍କ ଘର ଭାଙ୍ଗିଥିବା ବେଳେ ରାସ୍ତା ଘାଟ ଗଛ ଇତ୍ୟାଦି କ୍ଷୟକ୍ଷତି ହୋଇଛି । ବାତ୍ୟା ‘ୟଶ’ପ୍ରଭାବରେ ପ୍ରବଳ ବର୍ଷା ମଧ୍ୟ ହୋଇଛି । ଯାହାଫଳରେ ଚାଷ ଜମି ଜଳମଗ୍ନ ହୋଇଥିବା ବେଳେ ଗୋଟିଏ ଗୋଟିଏ ଗାଁ ପାଣି ଘେରରେ ରହିଛନ୍ତି । ତେଣୁ କୋଟିଏରୁ ଉର୍ଦ୍ଧ ଲୋକ ବାତ୍ୟା ‘ୟଶ’ରେ ପ୍ରଭାବିତ ହୋଇଥିବା ନେଇ ସୂଚନା ମିଳିଛି । ରାଜ୍ୟ ସରକାର ବାତ୍ୟାରେ ପ୍ରଭାବିତ ହୋଇଥିବା ୧୫ଲକ୍ଷରୁ ଉର୍ଦ୍ଧ ଲୋକଙ୍କୁ ୧୪ଶହରୁ ଉର୍ଦ୍ଧ ବାତ୍ୟା ଆଶ୍ରୟସ୍ଥଳୀ ରଖିଛନ୍ତି । ୨୩ଟି ଜିଲ୍ଲାରୁ ୧୪ଟି ଜିଲ୍ଲାର ବିଦ୍ୟୁତ୍ ସରରୋହ ବାଧାପ୍ରାପ୍ତ ହୋଇଛି । ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।






