ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ କରୋନା ଭୟାବହ ପରିସ୍ଥିତି ସୃଷ୍ଟି କରିଛି । ଜିଲ୍ଲାର ଗ୍ରାମାଞ୍ଚଳରେ ସ୍ଥିତି ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ପ୍ରଶାସନ ପକ୍ଷରୁ ଗୋଟିଏ ପରେ ଗୋଟିଏ ଗ୍ରାମକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଉଛି । ଦଶପଲ୍ଲା ଏନଏସି ଅନ୍ତର୍ଗତ ୱାର୍ଡ଼ ନଂ ୪ ତଥା କୁଞ୍ଜବନଗଡ଼ ଗୋପିନାଥସାହିର କିଛି ଘରକୁ କ୍ଷୁଦ୍ର ଆବଦ୍ଧାଞ୍ଚଳ ଘୋଷଣା କରାଯାଇଛି । ତହସିଲଦାର ଅକ୍ଷୟ କୁମାର ଖେମୁଣ୍ଡୁ ଆଜି ୮ ଘଟିକାଠାରୁ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଏହି ନିୟମ ଲାଗୁ କରିଛନ୍ତି । ସେହିଭଳି ଭାବେ ଦଶପଲ୍ଲା ଆକ୍ସିସ ବ୍ୟାଙ୍କକୁ ଆଜି ଦିନ ୧ ଘଟିକାଠାରୁ ୪୮ ଘଣ୍ଟା ସଟଡାଉନ କରଯାଇଛି ।






