ନୂଆଦିଲ୍ଲୀ (ବାଘୁଆବାର୍ତ୍ତା): ଇଂରାଜୀରେ ଦକ୍ଷତା ନଥିଲେ ବି ଏବେ ଜଣେ ଇଞ୍ଜିନିୟରିଂରେ ନାମ ଲେଖାଇ ପାରିବ । ଅନେକ ସମୟରେ ଗ୍ରାମାଞ୍ଚଳର ବିଦ୍ୟାର୍ଥୀ ଇଂରଜାୀ ଭାଷାରେ ଦକ୍ଷତା ରଖିନଥିବାରୁ ଇଂଞ୍ଜିନିୟରିଂ ପାଠ ପ୍ରତି ପଞ୍ଚଗୁଞ୍ଚା ଦିଅନ୍ତି । କେବଳ ଇଂରାଜୀ ପାଇଁ ନିଜର ସ୍ୱପ ପୂରଣ ନକରି ଅନ୍ୟ ପାଠ ପଢ଼ିବାକୁ ବାଧ୍ୟରେ ମନ ବୋଳାଇଥାନ୍ତି । ଏବେ କିନ୍ତୁ ଏଆଇସିଟିଇ ଏହି ନିୟମରେ ପରିବର୍ତ୍ତନ କରିଛି । ଏଆଇସିଟିଇ କହିଛି ଯେ ଏବେ ହିନ୍ଦୀ, ମରାଠୀ ସହିତ ମୋଟ ୭ଯି ଆଞ୍ଚଳିକ ଭାଷାରେ ଏହି ଇଞ୍ଜିନିୟରିଂ ପାଠ ପଢ଼ାହେବ । ଏହି ୭ଟି ଭାଷା ହେଲା ହିନ୍ଦୀ, ବେଙ୍ଗଲୀ, ତେଲୁଗୁ, ତାମିଲ, ଗୁଜରାଟ, କନ୍ନଡ ଏବଂ ମାଲାୟଲମ । ଏହା ମଧ୍ୟରେ କିନ୍ତୁ ଓଡିଆ ଭାଷା ନାହିଁ । ସବୁଠୁ ବଡ଼କଥା ହେଲା ଯେତେବେଳେ ଅଧିକାଂଶ ରାଜ୍ୟରେ ଥିବା ଇଞ୍ଜିନିୟରିଂ କଲେଜରେ ସିଟ ଖାଲି ପଡୁଛି ସେତେବେଳ ଆଞ୍ଚଳିକ ଭାଷା ପାଠ ପଢ଼ାକୁ ଅନୁମତି ଦେଇଛି ଏଆଇସିଟିଇ । ତେବେ ଭାରତ ତୁଳନାରେ ଅଧିକ ବିକଶିତ ଦେଶ କୁହାଯାଉଥିବା ଚାଇନା, ରୁଷିଆ, ଜାପାନ ଏବଂ ଜର୍ମାନୀ ଭଳି ଦେଶ ମଧ୍ୟ ନିଜର ଶିକ୍ଷା ବ୍ୟବସ୍ଥାକୁ ନିଜ ନିଜର ଆଞ୍ଚଳିକ ଭାଷାରେ ରଖିଛନ୍ତି । ଏଆଇସିଟିଇ କହିଛି ମାତୃଭାଷାରେ ଇଞ୍ଜିନିୟରିଂ ପାଠ୍ୟକ୍ରମକୁ ଅନୁମତି ଦେବାର ଉଦ୍ଦେଶ୍ୟ କିଭଳି ଅଧିକରୁ ଅଧିକ ବିଦ୍ୟାର୍ଥୀ ଏହି ଭାଷାରେ ପାଠ ପଢ଼ିପାରିବେ । ଏହାଦ୍ୱାରା ଅଧିକରୁ ଅଧିକ ଏହି ପାଠ୍ୟକ୍ରମରେ ନିଜକୁ ସାମିଲ କରିବା ପାଇଁ ଆଗ୍ରହ ପ୍ରକାଶ କରିବେ । ଏଆଇସିଟିଇର ଅଧ୍ୟକ୍ଷ ଅନୀଲ ସହସ୍ରବୁଦେ୍ଧ କହିଛନ୍ତି, ତାଙ୍କ ପାଖକୁ ୫୦୦ଟି ଆବେଦନ ଆସିଥଲା । ଯେଉଁଥିରେ ମାତୃଭାଷାରେ ଇଞ୍ଜିନିଂୟରିଂ ପାଠ ପଢ଼ା ହେବ ବୋଲି ସେ କହିଛନ୍ତି । ଏବେ ଏଆଇସିଟିଇ ତାର ସମସ୍ତ ପାଠ୍ୟ ପୁସ୍ତକକୁ ମଧ୍ୟ ଏହି ଆଞ୍ଚଳିକ ଭାଷାରେ ଅନୁବାଦ କରିବାକୁ ପ୍ରାୟସ ଆରମ୍ଭ କରିଥିବା ସୂଚନା ରହିଛି । ଯଦିଓ ଭାରତର ମାତୃଭାଷା ହିନ୍ଦୀ ଏବଂ ଅନ୍ୟାନ୍ୟ ରାଜ୍ୟର ମାତୃଭାଷା ଅଲଗା ଅଲଗା ରହିଛି । ହେଲେ ଏଯାବତ ଇଂରାଜୀ ଭାଷାରେ ହିଁ ଦେଶର ଶିକ୍ଷା ବ୍ୟବସ୍ଥା ରହିଛି । ଅନେକ ସମୟରେ ଦେଶର ଶିକ୍ଷା ବ୍ୟବସ୍ଥା ମାତୃଭାଷାରେ ହେଲେ ଶିକ୍ଷାରେ ସୁଧାର ସହିତ ସାକ୍ଷରତା ହାର ଆହୁରି ବଢ଼ିବ ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ କରନ୍ତି ।






