ଭଦ୍ରକ (ବାଘୁଆବାର୍ତ୍ତା): ବାତ୍ୟା ‘ୟଶ’ ତାଣ୍ଡବ ରଚି ଗତ କାଲି ଚାଲି ଯାଇଛି । କିନ୍ତୁ ଛାଡି ଯାଇଛି ଦୁର୍ଦ୍ଦଶା । ବିଶେଷ କରି ଭଦ୍ରକ ଓ ବାଲେଶ୍ୱର ଅଞ୍ଚଳ ବେଶୀ କ୍ଷତିଗ୍ରସ୍ତ ହୋଇଛି । ବିଭିନ୍ନ ସ୍ଥାନରେ ଶୋଇଯାଇଛି ବଡ଼ ବଡ଼ ଗଛ । କେଉଁଠି ମୂଳରୁ ଉପୁଡି ପଡିଛି ଗଛ ତ ଆଉଁ କେଉଁଠି ଘର ଉପରେ ଗଛ ପଡିଛି । ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଯାଇଛି । ବଡ଼ ବଡ଼ ହୋଡିଂ ଭାଙ୍ଗି ଯାଇଛି । ବହୁ ଗାଁ ଜଳ ଘେରରେ ରହିଛି । ଏପରିକି ବହୁ ଚାଷ ଜମିରେ ବର୍ଷା ଜଳ ମାଡି ଯାଇଛି । ସମୁଦ୍ର ଜୁଆରରେ ବହୁ ଗ୍ରାମ ପାଣି ଘେରରେ ରହିବା ସହ ଅଧିକାଂଶ ଅଞ୍ଚଳରେ ରାସ୍ତା ଓ ବନ୍ଧ ଭାଙ୍ଗିଯାଇଛି । ପ୍ରଭାବିତ ଅଞ୍ଚଳରେ ଓଡ୍ରାଫ ଓ ଏନଡିଆରଏଫ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି କରିଛନ୍ତି । ରାସ୍ତା ଉପରେ ପଡିଥିବା ବଡ଼ ବଡ଼ ଗଛକୁ ହଟାଯାଉଛି ।






