ଭୁବନେଶ୍ୱର, (ବାଘୁଆବାର୍ତ୍ତା): ବାତ୍ୟା ‘ୟଶ’ ଲ୍ୟାଣ୍ଡଫଲ୍ ପକ୍ରିୟା ଶେଷ ହୋଇଥିବା ବେଳେ ବନ୍ୟା ଆଶଙ୍କା ଦେଖାଦେଇଛି । ପଶ୍ଚିମସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ୟଶ’ ଲ୍ୟାଣ୍ଡଫଲ କରିବା ପରେ ଏହାରି ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବା ଜଣାପଡିଛି । ଯାହାଫଳରେ ବାତ୍ୟା ‘ୟଶ’ ପରେ ବନ୍ୟାର ଆଶଙ୍କା କରାଯାଉଛି । ବାତ୍ୟା ‘ୟଶ’ ସ୍ଥଳଭାଗ ଛୁଇଁବା ପରେ ପ୍ରବଳ ବର୍ଷା ଲାଗି ରହିଛି । ବୁଢାବଳଙ୍ଗ ନଦୀର ଜଳସ୍ତର ବଢିଥିବା ବେଳେ ବନ୍ୟା ସ୍ଥିତି ଉପୁଜିପାରେ ବୋଲି ଆଶଙ୍କା କରାଯାଉଛି । ଶିମିଳିପାଳରେ ବି ପ୍ରବଳ ବର୍ଷା ହୋଇଥିବା ନେଇ ରେକର୍ଡ ହୋଇଛି । ଯାହାକି ବୁଢାବଳଙ୍ଗ ନଦୀରେ ବନ୍ୟାର ଆଶଙ୍କା ସୃଷ୍ଟି ହୋଇଛି । ବନ୍ୟା ହେଲେ ମୟୁରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ଅଧିକା ପ୍ରଭାବିତ ହେବ । ବର୍ତ୍ତମାନ ସୁଦ୍ଧା ବାରିପଦା ଠାରେ ଜଳସ୍ତର ୨୧ଫୁଟରେ ଅଛି । ୬ମିଟର ବିପଦ ସଂକେତ ତଳେ ରହିଛି । ଅପରପକ୍ଷେ ବନ୍ୟା ଆଶଙ୍କା ଥିବାରୁ ନଦୀକୂଳିଆ ଅଞ୍ଚଳ ଉପରେ ସ୍ଥାନୀୟ ପ୍ରଶାସନର ତୀଖ୍ନ ନଜର ରହିଛି । ସେଠାକାର ଲୋକମାନଙ୍କୁ ସ୍ଥାନାନ୍ତର କରାଯାଉଛି ବୋଲି ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।






