Monday, August 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆମ୍ବୁଲାନ୍ସ ମାଗିଲା ମନ ଇଛା ଟଙ୍କା, ଝିଅର ମୃତଦେହକୁ ଶେଷରେ ବାପା ନେଲେ ୮୦ କିଲୋମିଟର

by ସଞ୍ଜୟ ସ୍ୱାଇଁ
May 26, 2021
in NATIONAL NEWS
ଆମ୍ବୁଲାନ୍ସ ମାଗିଲା ମନ ଇଛା ଟଙ୍କା, ଝିଅର ମୃତଦେହକୁ ଶେଷରେ ବାପା ନେଲେ ୮୦ କିଲୋମିଟର
133
VIEWS
Share on FacebookShare on Twitter

ଜୟପୁର: (ବାଘୁଆବାର୍ତ୍ତା): ମରିଗଲା ମାନବିକତା, ଆମ୍ବୁଲାନ୍ସ ମାଗିଲା ମନଇଛା ଟଙ୍କା । ଶେଷରେ ଜଣେ ପିତା ତା’ର ଝିଅର ମୃତଦେହକୁ କାର ସିଟରେ ବାନ୍ଧି ଘରକୁ ଆଣିଥିଲେ । ରାଜସ୍ଥାନର କୋଟାରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ଅଭାଗା ପିତା ନିଜ ଝିଅର ଜୀବନ ବଞ୍ଚାଇବା କୋଟାର ନ୍ୟୁ ମେଡିକାଲ ହସ୍ପିଟାଲ ଆଣିଥିଲେ, କିନ୍ତୁ ଝିଅ ବଞ୍ଚିପାରିଲା ନାହିଁ । ଯାହା ପରେ ଝିଅର ମୃତଦେହକୁ ନେବା ପାଇଁ ପିତାକୁ ଆମ୍ବୁଲାନ୍ସ ମିଳିଲା ନାହିଁ । ହସ୍ପିଟାଲ ବାହାରେ ଥିବା ପ୍ରାଇଭେଟ ଆମ୍ବୁଲାନ୍ସ ଏତେ ଟଙ୍କା ମାଗିଲା ଯେ ଝିଅର ବାପାଙ୍କ ପକ୍ଷେ ଦେବା ଏହା ସମ୍ଭବ ନଥିଲା । ଫଳରେ ଅସହାୟ ବାପା ଆଉ କିଛି ଉପାୟ ନପାଇ ଶେଷରେ କାର ସିଟରେ ଝିଅର ମୃତଦେହକୁ ବାନ୍ଧି ୮୦ କିଲୋମିଟର ଦୂର ଝାଲାବାଡ ସ୍ଥିତ ନିଜ ଘରକୁ ନେଇଥିଲେ । ଥରେ ଭାବନ୍ତୁ, ସେହି ପିତା ପାଇଁ ୮୦ କିଲୋମିଟରର ଯାତ୍ରା କେମିତି କଟିଥିôବ? ବାସ୍ତବରେ ଏହା ଏକ ହୃଦୟ ବିଦାରକ ଘଟଣା । କିଛି ଦିନ ତଳେ ୩୪ ବର୍ଷୀୟ ସୀମାଙ୍କର ଚିକିତ୍ସା କରାଇବା ପାଇଁ ପରିବାର ଲୋକେ ଝାଲବାଡରୁ କୋଟା ଆଣିଥିଲେ । ସୀମାଙ୍କୁ ନ୍ୟୁ ମେଡିକାଲ କଲେଜ ହସ୍ପିଟାଲ ଆଡମିଟ କରାଯାଇଥିଲା, କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଯାହା ପରେ ପରିବାର ଲୋକଙ୍କ ପାଇଁ ମୃତଦେହକୁ ଝାଲାୱା ନେବାକୁ ମନସ୍ଥ କଲେ । କିନ୍ତୁ କଷ୍ଟ ସେତେବେଳେ ହୋଇଥିଲା, ଯେତେବେଳେ ମର୍ଚୁରୀରୁ ସୀମାଙ୍କର ମୃତଦେହକୁ ହସ୍ପିଟାଲ ବାହାରକୁ ଆଣିବା ପାଇଁ କେହି ୱାର୍ଡ ବୟ ମଧ୍ୟ ମିଳିନଥିଲେ । ଖୋଦ ପରିବାର ଲୋକେ ହିଁ ସୀମାଙ୍କର ମୃତଦେହକୁ ମର୍ଚୁରୀରୁ ବାହାରକୁ ଆଣିଥିଲେ । ସୀମାଙ୍କର ପରିବାର ଲୋକେ ହସ୍ପିଟାଲ ବାହାରେ ଥିବା ଆମ୍ବୁଲାନ୍ସକୁ ମୃତଦେହ ନେବା ପାଇଁ କହିଥିଲେ, କିନ୍ତୁ ଆମ୍ବୁଲାନ୍ସ ସେମାନଙ୍କଠାରୁ ୨୦ରୁ୩୫ହଜାର ଟଙ୍କା ଦାବି କରିଥିଲେ । ଯାହାକି ପରିବାର ପକ୍ଷେ ଏତେ ଟଙ୍କା ଦେବାକୁ ଅସମର୍ଥ ଥିଲା । ଏଥିପାଇଁ ସୀମାଙ୍କର ପିତା ଝିଅର ମୃତଦେହକୁ ନିଜ କାର ସିଟରେ ବାନ୍ଧିଥିଲେ ଏବଂ ଝାଲୱାର ଯାଏ ଆଣିଥିଲେ । ମୃତଦେହକୁ ଏଭଳି ଆଣିବା କୋଭିଡ ପ୍ରୋଟୋକଲର ଉଲ୍ଲଘଂନ ଅଟେ । କିନ୍ତୁ ଉପାୟ ମଧ୍ୟ କିଛି ନାହିଁ । ହସ୍ପିଟାଲ ପାଖରେ ମୃତଦେହକୁ ଘର ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଅଲଗା ଆମ୍ବୁଲାନ୍ସର ବନ୍ଦୋବସ୍ଥ ନାହିଁ ଏବଂ ପ୍ରାଇଭେଟ ଆମ୍ବୁଲାନ୍ସ ମଧ୍ୟ ଏଭଳି ଜରୁରୀ ପରିସ୍ଥିତିରେ ଅଧିକ ପଇସା କମାଇବା ଅପେକ୍ଷାରେ ଥାନ୍ତି । ସେମାନେ ଅସହାୟ ଲୋକଙ୍କଠାରୁ ଦୁଃଖି ପରିବାରଙ୍କଠାରୁ ମନଇଛା ପ୍ରାପ୍ୟ ମାଗୁଛନ୍ତି । ଯେହେତୁ ଲୋକଙ୍କ ପାଖରେ ସେତେ ପଇସା ନଥାଏ, ସେଥିପାଇଁ ସେମାନଙ୍କୁ ଏଭଳି ବନ୍ଦୋବସ୍ତ କରିବାକୁ ପଡିଥାଏ । ଏଭଳି ପରିସ୍ଥିତିରେ ମିଡିଆରେ ଖବର ପ୍ରସାରିତ ହେବା ପରେ ହିଁ ପ୍ରଶାସନର ଚେତା ପଶିଥାଏ । ଆମ୍ବୁଲାନ୍ସ ଅଧିକ ପଇସା ମାଗିବାରୁ ଜଣେ ପିତା ତା’ର ଝିଅର ମୃତଦେହକୁ କାର ସିଟରେ ବାନ୍ଧିକି ଆରିବା ମାମଲା ରେ କୋଟାର ଡିଏମ କହିଛନ୍ତି ଯେ ସେମାନେ ତଦନ୍ତ କରୁଛନ୍ତି, ଘରୋଇ ଆମ୍ବୁଲାନ୍ସ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେ କହିଛନ୍ତି ଯେ ‘ଅଭିଯୋଗକାରୀ ସ୍ପଷ୍ଟ ଭାବରେ କେତେ ଟଙ୍କା, କେଉଁ ବ୍ୟକ୍ତି ଏବଂ ଗାଡ଼ି ନମ୍ବର କହିପାରୁନାହାନ୍ତି । ଏଭଳି ପରିସ୍ଥିତିରେ ଅଭିଯୁକ୍ତକୁ ଧରିବା କଷ୍ଟକର କିନ୍ତୁ ତଥାପି ଆମେ ଅନୁସନ୍ଧାନ କରିବୁ । ବର୍ତ୍ତମାନ ମ୍ୟୁନିସିପାଲିଟି କର୍ପୋରେସନ ଏଇଏନ କପିଲ ଏବଂ ଆରଟିଓ ସବ ଇନ୍ସପେକ୍ଟର ସତ୍ୟବୀର ସିଂଙ୍କୁ ନିଲମ୍ବିତ କରାଯାଇଛି । ଏଥି ସହିତ ଦୁଇଜଣ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ସେବା ବନ୍ଦ କରି ଦିଆଯାଇଛି । ଏକା ସାଙ୍ଗରେ ଅଧିକ ଟଙ୍କା ମାଗୁଥିôବା ଅଜଣା ଆମ୍ବୁଲାନ୍ସ କର୍ମଚାରୀଙ୍କ ବିରୋଧରେ ଏକ ଏଫଆଇଆର ଦାୟର କରାଯାଇଛି । ଏହି ଏଫଆଇଆର ମହାବୀର ନଗର ପୁଲିସ ଷ୍ଟେସନରେ କରାଯାଇଛି ଏବଂ ଦୁଇଟି ଆମ୍ବୁଲାନ୍ସ ମଧ୍ୟ ଜବତ କରାଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!