ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ମହାମାରୀ ଏବଂ ବାତ୍ୟା ‘ୟଶ’ ଏକ ପ୍ରାକୃତିକ କରାଳ ରୂପ ନେଇଛି । ଏଭଳି ସ୍ଥିତିରେ ସମସ୍ତ ରାଜ୍ୟ ସରକାର ପରସ୍ପର ସହିତ ପ୍ରତି ସମବେଦନା ଜଣାଇଥାନ୍ତି । ହେଲେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ବାତ୍ୟା ପରିଚାଳନା ପାଇଁ ପାତର ଅନ୍ତର କରିଥିବା ନେଇ ଅଭିଯୋଗ କରିଛନ୍ତି । ସୂଚନାନୁସାରେ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ପ୍ରେସ୍ କନଫରେସନ କରି ସେଥିରେ କେନ୍ଦ୍ର ସରକାର ପାତର ଅନ୍ତର କରିଥିବା ନେଇ ପ୍ରଶ୍ନ ଉଠାଇଛନ୍ତି । ବାତ୍ୟା ୟଶ ପୂର୍ବରୁ କେନ୍ଦ୍ର ସରକାର ଓଡ଼ିଶାକୁ ୬୦୦କୋଟି ଆନ୍ଧ୍ର ପ୍ରଦେଶକୁ ୬୦୦କୋଟି ଓ ପଶ୍ଚିମବଙ୍ଗ ୪୦୦ କୋଟିର ଅଗ୍ରୀମ ଟଙ୍କା ଘୋଷଣା କରିଛନ୍ତି । ଓଡ଼ିଶାକୁ ଅଧିକ ଟଙ୍କାର ସହାୟତା କାହିଁକୁ ଦିଆଗଲା ବୋଲି ମମତା ପ୍ରଶ୍ନ କରିଥିବା ବେଳେ ବେଙ୍ଗଲ ପ୍ରତି କେନ୍ଦ୍ରର ସରକାରଙ୍କ ଦରଦ କେତେ ? ପଶ୍ଚିମବଙ୍ଗ ବଡ଼ ରାଜ୍ୟ ହୋଇଥିବା ବେଳେ କାହିଁକି ଓଡ଼ିଶାକୁ ଅଧିକ ଟଙ୍କା ଦେଲେ ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ ଉଠାଇଛନ୍ତି ।






