Monday, July 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିନା ଦର୍ଶକରେ ହୋଇପାରେ ଟୋକିଓ ଅଲିମ୍ପିକ୍ସ

by ସଞ୍ଜୟ ସ୍ୱାଇଁ
May 26, 2021
in Nayagarh
ବିନା ଦର୍ଶକରେ ହୋଇପାରେ ଟୋକିଓ ଅଲିମ୍ପିକ୍ସ
51
VIEWS
Share on FacebookShare on Twitter

ଟୋକିଓ,(ବାଘୁଆବାର୍ତ୍ତା):  କରୋନା ସଙ୍କଟ ପାଇଁ ପ୍ରଥମ ଥର ବିଶ୍ବର ସର୍ବବୃହତ୍ କ୍ରୀଡ଼ା ମହୋତ୍ସବ ଅଲିମ୍ପିକ୍ସ ବିନା ଦର୍ଶକରେ ଖେଳାଯିବାର ଆଶଙ୍କା ଦିନକୁ ଦିନ ବଢ଼ିବାରେ ଲାଗିଛି। ଆୟୋଜକ ଜାପାନ ମଧ୍ୟ ମାନସିକ ସ୍ତରରେ ଏଥିଲାଗି ପ୍ରସ୍ତୁତ ହେଉଛି। ‘‘ଆମେ ଦର୍ଶକଙ୍କ ବିନା ଅଲିମ୍ପିକ୍ସ ଆୟୋଜନ କରିବାକୁ ପ୍ରସ୍ତୁତ’’ ବୋଲି ମଧ୍ୟ ଟୋକିଓ ଅଲିମ୍ପିକ୍ସ ଆୟୋଜନ ସମିତିର ସଭାପତି ସେଇକୋ ହାସିମୋତୋ କହି ସାରିଛନ୍ତି। ଯାହା କ୍ରୀଡ଼ାପ୍ରେମୀଙ୍କ ସହ ଜାପାନ ସରକାରଙ୍କ ପାଇଁ ମଧ୍ୟ ଏକ ଶକ୍ତ ଧକ୍କା ହେବାକୁ ଯାଉଛି। ପାଖାପାଖି ଦେଢ଼ ବର୍ଷର ବ୍ୟବଧାନ ପରେ ଖେଳ ପଡ଼ିଆକୁ ଧୀରେ ଧୀରେ ଦର୍ଶକ ଫେରିବା ଆରମ୍ଭ ‌ହୋଇଥିଲା। କେତେକ ସ୍ଥାନରେ ଏବେ ଦର୍ଶକଙ୍କ ଷ୍ଟାଡିୟମ୍ ପ୍ରବେଶକୁ ଅନୁମତି ମିଳି ସାରିଲାଣି। କୋଭିଡ୍ ନିୟମ ମାନି କିଛି ଭାଗ୍ୟଶାଳୀ ଦର୍ଶକ ଷ୍ଟାଡିୟମରେ ବସି ଖେଳ ଦେଖିବାର ମଜା ନେଉଛନ୍ତି। ହେଲେ ୨୦୨୦ରୁ ୨୦୨୧କୁ ସ୍ଥଗିତ ହୋଇଥିବା ଟୋକିଓ ଅଲିମ୍ପିକ୍ସ ବେଳେ ଏଭଳି କୌଣସି ସମ୍ଭାବନା ସୃଷ୍ଟି ହେବାର ଆଶା ଏକବାର କମ୍। କାରଣ ଜାପାନ ଏବେବି କରୋନାର ଚତୁର୍ଥ ଲହରର ମୁକାବିଲା କରୁଥିଲା ବେଳେ ଭାରତ ଭଳି ଅନ୍ୟ ଦେଶ ଦେଶ ମଧ୍ୟ କରୋନା ଲଢ଼େଇରୁ ସଂପୂର୍ଣ୍ଣ ମୁକ୍ତ ହୋଇ ପାରି ନାହାନ୍ତି। ଯେଉଁଦେଶ ଏ‌ହି ମହାମାରୀରୁ ମୁକୁଳିଛନ୍ତି ସେଠାକୁ ପୁଣି ଥରେ କରୋନା ଫେରିବାର ଆଶଙ୍କା ଅଛି। ଏଭଳି ସ୍ଥିତିରେ ଅଲିମ୍ପିକ୍ସ ଆୟୋଜନ ଏବଂ ଲକ୍ଷ ଲକ୍ଷ ବିଦେଶୀ ଦର୍ଶକ ତଥା ଅଧିକାରୀଙ୍କୁ ନିଜ ଦେଶକୁ ସ୍ବାଗତ କରିବାକୁ ଜାପାନବାସୀ ଅନାଗ୍ରହୀ ଅଛନ୍ତି। କରୋନା ମହାମାରୀର ଅସ୍ବାଭାବିକ ସମୟ ମଧ୍ୟରେ ଅଲିମ୍ପିକ୍ସ ଆ‌ୟୋଜନକୁ କେବଳ ସେଠାକାର ସାଧାରଣ ଜନତା ନୁହଁ, ଡାକ୍ତର ସଂଘ ଓ ବ୍ୟବସାୟୀ ସଂଘ ମଧ୍ୟ ଆନୁଷ୍ଟାନିକ ଭାବେ ବିରୋଧ କରି ଆସୁଛି। ବିଦେଶୀ ଦର୍ଶକଙ୍କ ଉପରେ ବାସନ୍ଦାଦେଶ ଜାରି କରି ଘରୋଇ ଦର୍ଶକଙ୍କୁ ଅନୁମତି ହେବାକୁ ଆୟୋଜନ ସମିତି ଏକ ବିକଳ୍ପ ଭାବେ ଦେଖୁଛି। ତେବେ ଏହାକୁ ନେଇ ମଧ୍ୟ ବିରୋଧ ଆରମ୍ଭ ‌‌ହୋଇ ଗଲାଣି। ଏହି ବିଷୟରେ ଚୂଡ଼ାନ୍ତ ନିଷ୍ପତ୍ତି ଆସନ୍ତାମାସରେ ନିଆଯିବ। ଘରୋଇ ଦର୍ଶକଙ୍କ ଉପରେ କଟକଣା ଜାରି କରିବା କିନ୍ତୁ ଆ‌ୟୋଜନ ସମିତି ପାଇଁ ଏକ ଶକ୍ତ ଆର୍ଥିକ ଧକ୍କା ‌ହୋଇପାରେ। ଅଲିମ୍ପିକ୍ସ ଗୋଟିଏ ବର୍ଷ ସ୍ଥଗିତ ହେବା ପରେ କୋଟି କୋଟି ଟଙ୍କାର ଆର୍ଥିକ କ୍ଷତି ସହି ସାରିଥିବା ଆୟୋଜନ ସମିତି ପାଇଁ ଏହା ଏକ ବଡ଼ ଚିନ୍ତାର କାରଣ ହୋଇଛି। ଦର୍ଶକଙ୍କ ବିନା ପ୍ରାୟୋଜକ ରାଶି କମିବ, ହେଲେ ଚାପରେ ଥିବା ଜାପାନ ସ୍ବାସ୍ଥ୍ୟ ବିଭାଗ ସାଧାରଣ ଜନତାଙ୍କ ସେବାରେ ନିଜକୁ ଅଧିକ ବିନିଯୋଗ କରି ପାରିବ। ବିନା ଦର୍ଶକରେ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ ଥିବା ହାସିମୋତୋ କହିଥିଲେ ମଧ୍ୟ ଦର୍ଶକ ଷ୍ଟାଡିୟମ୍‌ ଆସନ୍ତୁ ବୋଲି ଆୟୋଜନ ସମିତି ଚହୁଥିବା ମତ ଦେଇଛନ୍ତି। ସେପଟେ ଜାପାନରେ ଏବେବି ଜରୁରୀକାଳୀନ ସ୍ଥିତି ଜାରି ରହିଛି। ଏହାକୁ ତୃତୀୟ ଥର ପାଇଁ ବଢ଼ାଇ ଦିଆଯାଇଛି। କିଛି ବିଦେଶୀ ଖେଳାଳି ମଧ୍ୟ ନିଜ ସୁରକ୍ଷା ନେଇ ଚିନ୍ତା ପ୍ରକଟ କରି ସାରିଛନ୍ତି। ଏପରିକି ଆମେରିକା ଟ୍ରାକ୍ ଆଣ୍ଡ ଫିଲ୍ଡ ଦଳ ନିଜ ପ୍ରାକ୍ ଅଲିମ୍ପିକ୍ସ ପ୍ରସ୍ତୁତି ଶିବିରକୁ ବାତିଲ କରି ଦେଇଛି। ନିକଟରେ କରାଯାଇଥିବା ଏକ ଗଣନା‌ରେ ୫୯ ପ୍ରତିଶତ ଜାପାନବାସୀ ଦର୍ଶକଙ୍କ ଷ୍ଟାଡିୟମ ପ୍ରବେଶକୁ ବିରୋଧ କରିଛନ୍ତି। ଏପ୍ରିଲ ମାସରେ ଏହା ମାତ୍ର ୪୫ ପ୍ରତିଶତ ଥିଲା। ଆୟୋଜକମାନେ କିନ୍ତୁ ଟିକେଟ ବିକ୍ରିରୁ ୮୦୦ ନିୟୁତ ଡଲାର ରାଜସ୍ବ ସଂଗ୍ରହ କରିବା ଲକ୍ଷ୍ୟରେ ଥିଲେ। ଯାହା ଏବେ ଅସମ୍ଭବ ମନେ ହେଉଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!