ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପୁଣିଥରେ ବଢ଼ିଛି । ଜିଲ୍ଲାରେ ନୂଆ ୩୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ସକ୍ରିୟ ମାମଲା ୨୯୨୫ ବୋଲି ଜଣାଯାଇଛି । ଜିଲ୍ଲାରେ ଆଜି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ସଂମ୍ପର୍କରେ ରାଜ୍ୟ ସରକାର ସୂଚନା ଦେଇଛନ୍ତି । ମୃତ ବ୍ୟକ୍ତି ଜଣଙ୍କ ୭୩ ବର୍ଷିୟ ମହିଳା ବୋଲି ସୂଚନା ମିଳିଛି । ଜିଲ୍ଲାରେ କରୋନା ମାହମାରୀରେ ୫୦ ଜଣଙ୍କ କରୋନା ମୃତ୍ୟୁ ହୋଇଥିବା ବେଳେ ୨ ଜଣ କରୋନା ଆକ୍ରାନ୍ତ ହୋଇ ଅନ୍ୟ ରୋଗରେ ମୃତ୍ୟୁ ବରଣ କରିଥିବା ଜଣାଯାଇଛି । ଦ୍ୱିତୀୟ ଲହର କରୋନା ସମୟରେ ବହୁ ବ୍ୟକ୍ତିଙ୍କ ମୃତ୍ୟୁ ଘଟୁଥିବା ସୂଚନା ମିଳିଛି ।






