Thursday, September 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ହ୍ୱାଟସଆପ ଗଲା ହାଇକୋର୍ଟ, ନୂଆ ନିୟମ ମାନିଲେ କ୍ଷୁର୍ଣ୍ଣ ହେବ ପ୍ରାଇଭେସି

by ସଞ୍ଜୟ ସ୍ୱାଇଁ
May 26, 2021
in NATIONAL NEWS
ହ୍ୱାଟସଆପ ଗଲା ହାଇକୋର୍ଟ, ନୂଆ ନିୟମ ମାନିଲେ କ୍ଷୁର୍ଣ୍ଣ ହେବ ପ୍ରାଇଭେସି
84
VIEWS
Share on FacebookShare on Twitter

ନୂଆଦିଲ୍ଲୀ (ବାଘୁଆବାର୍ତ୍ତା): ଭାରତ ସରକାରଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲା ହ୍ୱାଟସଆପ । ବୁଧବାର ଠାରୁ ସରକାର ଜାରି କରିଥିବା ନିୟମାବଳୀକୁ କାର୍ଯ୍ୟକାରୀ ନକରିବାକୁ ହ୍ୱାଟସପଆପ ଦାବି କରିଛି । ନୂତନ ନିୟମ ଅନୁଯାୟୀ ସରକାର ଫେସବୁକ ମାଲିକାନା କମ୍ପାନୀକୁ ଗୋପନୀୟତା ନିୟମରୁ ଓହରିଯିବାକୁ କହିଛନ୍ତି । ସରକାରଙ୍କ ନୂତନ ନିୟମ ମଧ୍ୟରୁ ଗୋଟିଏ ଭାରତର ସମ୍ବିଧାନ ଅନୁଯାୟୀ ଦିଆଯାଇଥିବା ଗୋପନୀୟତା ଅଧିକାର ଉଲ୍ଲଘଂନ ବୋଲି ହ୍ୱାଟସଆପ କହିଛି । ଏହି ଆଇନ ଅନୁଯାୟୀ, କେବଳ ମିଥ୍ୟା ସୂଚନା ବାଣ୍ଟିଥିବା ଅଭିଯୁକ୍ତଙ୍କୁ ହ୍ୱାଟସଆପ ଚିହ୍ନଟ କରିବାକୁ ପଡିବ । ହ୍ୱାଟସଆପ ଏହା କରିପାରିବ ନାହିଁ ବୋଲି କହିଛି । ହ୍ୱାଟସଆପ ଅନୁଯାୟୀ ଏହାର ମେସେଜ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ଟେଡ ହୋଇଛି । ନୂତନ ନିୟମ ପାଳନ କରିବାକୁ ହେଲେ ମେସେଜ ପାଇଥିବା ଏବଂ ସର୍ବ ପ୍ରଥମେ ମେସେଜ ପଠାଇଥିବା ବ୍ୟକ୍ତିଙ୍କ ପାଇଁ ଏନକ୍ରିପଶନ ବ୍ରେକ କରିବାକୁ ପଡିବ । ହ୍ୱାଟସଆପ ମୁଖପାତ୍ର ମଧ୍ୟ ଏହି ପ୍ରସଙ୍ଗରେ ମନ୍ତବ୍ୟ ଦେବାକୁ ମନା କରି ଦେଇଛନ୍ତି । ତେବେ ଏହି ମାମଲା ଫେସବୁକ, ଟ୍ୱିଟର ସମେତ ଅନ୍ୟ ସୋସିଆଲ ମିଡିଆ କମ୍ପାନୀ ସହ ଭାରତ ସରକାରଙ୍କ ଜାରି ବିବାଦକୁ ଆହୁରି ବଢ଼ାଇପାରେ । ଗତ ସପ୍ତାହରେ କଂଗ୍ରେସ ଏବଂ ବିଜେପି ମଧ୍ୟରେ ଟୁଲକିଟ ବିବାଦ କାରଣରୁ ଦିଲ୍ଲୀ ପୋଲିସ ଟ୍ୱିଟର କାର୍ଯ୍ୟାଳୟରେ ପହଞ୍ଚିଥିଲା । ହ୍ୱାଟସଆପ ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କ ଏକ ଟ୍ୱିଟରେ ‘ମନିପୁଲେଟିଭ ମିଡିଆ’ ଟ୍ୟାଗ କରିଛି । ଏହାପୂର୍ବରୁ ଭାରତ ସରକାର ଟ୍ୱିଟରକୁ ଅନେକ ଟ୍ୱିଟ ଡିଲିଟ କରିବାକୁ କହିଥିଲେ । କେନ୍ଦ୍ର ସରକାର କହିଛନ୍ତି ଯେ ଏହି ଟୁଇଟ ଗୁଡ଼ିକ କରୋନା ମହାମାରୀ ବିଷୟରେ ବିଭ୍ରାନ୍ତିକର ତଥ୍ୟ ସୂଚନା ପ୍ରଦାନ କରୁଛି । ଏଥିସହ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରାଯାଇ ହୋଇଥିବା ଟ୍ୱିଟକୁ ବିଲୋପ କରିଥିବା ମଧ୍ୟ କହିଛନ୍ତି । ହ୍ୱାଟସଆପ ଏହାର ଏଫଏକିୟୁ ପୃଷ୍ଠାରେ ମଧ୍ୟ ଏହି ବିଷୟରେ ସୂଚନା ଦେଇଛି । ତେବେ କୌଣସି ନିର୍ଦ୍ଦିଷ୍ଟ ଦେଶ ବିଷୟରେ ଲୋଖାଯାଇ ନାହିଁ । ହେଲେ ହ୍ୱାଟସଆପ ଏହି ପ୍ରସଙ୍ଗରେ ଭାରତ ସରକାରଙ୍କ ବିରୋଧରେ ମାମଲା ରୁଜୁ କରିଛି । ହ୍ୱାଟସଆପ କହିଛି ଯେ କେତେକ ତାକୁ ‘ଟ୍ରେସିବିଲିଟି’ କରିବାକୁ କହୁଛନ୍ତି । ଟ୍ରେସେବିଲିଟିର ଅର୍ଥ ହେଉଛି ପ୍ରକୃତରେ ଯିଏ ପ୍ରଥମେ ମେସେଜ ପଠାଇଛି ତାହାକୁ ଚିହ୍ନଟ କରିବା ପ୍ରକ୍ରିୟା । ଟ୍ରେସେବିଲିଟି ଏକ ‘ଏଣ୍ଡ-ଟୁ-ଏଣ୍ଡ’ ଏନକ୍ରିପସନ ବ୍ରେକ ସୃଷ୍ଟି କରିଥାଏ ଏବଂ କୋଟିକୋଟି ଲୋକଙ୍କ ଗୋପନୀୟତାକୁ ବିପଦରେ ପକାଇଥାଏ । ହ୍ୱାଟସଆପ ୨୦୧୬ ରେ ‘ଏଣ୍ଡ-ଟୁ-ଏଣ୍ଡ’ ଏନକ୍ରିପସନ ଆରମ୍ଭ କରିଥିଲା ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!