Sunday, July 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାତ୍ୟା ‘ୟଶ’ ରେ ମହିଳା ପୁଲିସଙ୍କ ତ୍ୟାଗ ନିଆରା….

by ସଞ୍ଜୟ ସ୍ୱାଇଁ
May 25, 2021
in State
ବାତ୍ୟା ‘ୟଶ’ ରେ ମହିଳା ପୁଲିସଙ୍କ ତ୍ୟାଗ ନିଆରା….
319
VIEWS
Share on FacebookShare on Twitter

ପଟ୍ଟାମୁଣ୍ଡାଇ (ବାଘୁଆବାର୍ତ୍ତା): ବାତ୍ୟା ଆସୁଛି ଛନକା ପଶୁଛି । ସମୁଦ୍ର ଭିତରୁ ବାତ୍ୟା ଯେତେ ଶୀଘ୍ର ମାଡି ମାଡି ଆସୁଛି, ମୁକାବିଲା ପାଇଁ ବି ପ୍ରାଣମୁର୍ଚ୍ଛା ପ୍ରଚେଷ୍ଟା ଚାଲିଛି । ବାତ୍ୟା ମୁହଁରୁ ଲୋକଙ୍କ ଜୀବନ ସହ ଧନସମ୍ପତ୍ତିର ସୁରକ୍ଷା କଥାକୁ ଗୁରୁତ୍ୱ ଦେଉଛନ୍ତି ସରକାର । ଝଡ ମୁହଁରେ ଯେମିତି କୌଣସି ବି ଜୀବନ ନଯାଏଁ ସେଥିପାଇଁ ଜିରୋ କାଜୁଆଲିଟିକୁ ମନ୍ତ୍ର କରି ମାରାଥନା ମୁକାବିଲାରେ ଲାଗିଛନ୍ତି ସରକାର ଓ ବିଭିନ୍ନ ଜିଲ୍ଲାର ପ୍ରଶାସନିକ ଅଧିକାରୀ । ବାତ୍ୟା ମୁକାବିଲା ଦୁଇ ଦୁଇଟି ବଡ ଚାଲେଞ୍ଜ ଥିବା ବେଳେ କେମିତି ଦୁଇଟି ବିପଦକୁ ସଫଳତାର ସହ ଟାଳିହେବ ସେଥିପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି ବାତ୍ୟା ପ୍ରଭାବିତ ହେବାକୁ ଥିବା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର ଓ ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ । ତେବେ ବାତ୍ୟା ସମୁଦ୍ର ପଥରୁ ମାଡି ମାଡି ଆସୁଥିବାରୁ ଏହାର ପ୍ରଭାବ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଲାଣି । ବର୍ଷା ସହ ପବନ ବହୁଥିବାର ଦୃଶ୍ୟ ବି ଅନେକ ଜିଲ୍ଲାରୁ ଆସୁଛି । ତେବେ ବାତ୍ୟା ଆସିବା ଆଗରୁ କେମିତି ଲୋକଙ୍କ ଜୀବନକୁ ସୁରକ୍ଷିତ ରଖିହେବ ସେନେଇ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି । ପୋଲିସ, ପ୍ରଶାସନ ଲୋକଙ୍କୁ ବୁଝାଇ ସୁଝାଇ ସୁରକ୍ଷିତ ସ୍ଥାନକୁ ଚାଲିଆସିବାକୁ କହୁଛନ୍ତି । ପିଲାଠୁ ବୁଢ଼ା, ଯୁବକଙ୍କ ଠାରୁ ବୟସ୍କ ସମସ୍ତଙ୍କ ବାତ୍ୟା ଆଶ୍ରୟସ୍ଥଳୀକୁ ଚାଲି ଆସିବାକୁ କୁହାଯାଉଛି । ଅନେକ ସ୍ଥାନରେ ବୃଦ୍ଧବୃଦ୍ଧାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ଭଦ୍ରକ ଚାନ୍ଦବାଲି ଏବଂ ନାଇକାନଡିହିରେ ମହିଳା ଓ ଶିଶୁଙ୍କୁ କିଛି ମହିଳା ପୋଲିସ ସୁରକ୍ଷିତ ସ୍ଥାନାନ୍ତାର କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏମିତି କି ଜଣେ ମହିଳା ପୋଲିସ କୁନି ଶିଶୁକୁ ନିଜ କୋଳରେ ଧରି ଏକ ମାଟି ଘରୁ ବାହାରୁଛନ୍ତି ଆଉ କୁନି ଛୁଆ ଦେହରେ ଯେମିତି ବର୍ଷା ନପଡିବ କିମ୍ବା ବର୍ଷା ପବନ ପାଇଁ ତା ଦେହ ଅସୁସ୍ଥ ନହେବ ସେଥିପାଇଁ ଅନ୍ୟଜଣେ ମହିଳା ପୋଲିସ ଛତା ଦେଖାଇଛନ୍ତି । ବାତ୍ୟା ମୁକାବିଲା ବେଳେ କର୍ତ୍ତବ୍ୟ ସହ ମମତାଭରା ଏ ଦୃଶ୍ୟ ଭଦ୍ରକରୁ ହୃଦୟ ଭିଜାଇ ଦେଇଛି । ତେବେ ଖାଲି ସେତିକି ନୁହେଁ ଅନ୍ୟ ଏକ ଚିତ୍ରରେ ମହିଳା ପୋଲିସମାନେ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଗାଁ ଗୁଡିକୁ ଯାଇ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଆସିବାକୁ ବୁଝାଉଛନ୍ତି । ଘରଘର ବୁଲି ମାଆ ମାଉସୀଙ୍କୁ ମାଯି ଘରୁ ପକ୍କା ଘରକୁ ପଳାଇ ଆସିବାକୁ କହୁଛଡ଼୍ତି । ରାଜ୍ୟ ସରକାର ବି ପ୍ରଶାସନକୁ ମୁକାବିଲାରେ ସହଯୋଗ କରନ୍ତୁ ବୋଲି ଅନୁରୋଧ କରିଛନ୍ତି

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!