Sunday, July 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କରୋନା ସଚେତନତା ପାଇଁ ଲୋକାର୍ପିତ ହେଲା କ୍ଷୁଦ୍ର ଚଳଚ୍ଚିତ୍ର

by ସଞ୍ଜୟ ସ୍ୱାଇଁ
May 25, 2021
in Nayagarh
କରୋନା ସଚେତନତା ପାଇଁ ଲୋକାର୍ପିତ ହେଲା କ୍ଷୁଦ୍ର ଚଳଚ୍ଚିତ୍ର
85
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଆଜି ସ୍ଥାନୀୟ ସଂସ୍କୃତି ଭବନଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ୟୁନିସେଫ୍‌, ଓଡ଼ିଶା ଶାଖାର ମିଳିତ ଉଦ୍ୟମରେ ତିନିଗୋଟି ସଚେତନତାଧର୍ମୀ କ୍ଷୁଦ୍ର ଚଳଚ୍ଚିତ୍ର ଲୋକାର୍ପିତ ହୋଇଯାଇଛି । କୋଭିଡ୍‌-୧୯ ସକାଶେ ଜାରି କରାଯାଇଥିବା ଲକ୍‌ଡାଉନ୍‌, ସଟ୍‌ଡାଉନ୍‌ ମାନିବା, ମାସ୍କ ପିନ୍ଧିବା, ହାତ ସାବୁନରେ ଧୋଇବା, ଘରେ ରହିବା, ସୁରକ୍ଷିତ ରହିବା ଆଦି ବାର୍ତ୍ତା ଥାଇ ପ୍ରସ୍ତୁତ କରାଯାଇଥିବା ନାରଦଙ୍କ କରୋନା ଉବାଚ, ଯମଙ୍କ କରୋନା ଉବାଚ, ଯମଙ୍କ କରୋନା ଉବାଚ(୨) ଚଳଚ୍ଚିତ୍ର ପ୍ରସ୍ତୁତ କରାଯାଇଛି । ଆଜିର ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ରଞ୍ଜନ କୁମାର ଦାସ, ସୂଚନା ଓ ଲୋକସଂପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ପ୍ରମୋଦ କୁମାର ମଲ୍ଲିକ, ରାଜ୍ୟ ପ୍ରକଳ୍ପ ସଂଯୋଜକ ଶ୍ରୀ ବାସୁଦେବ ମାଳବିଶୋଇ, ସଂଗୀତ ନାଟକ ଏକାଡେମୀର ସଚିବ ଶ୍ରୀ ପ୍ରବୋଧ କୁମାର ରଥ, ଚଳଚ୍ଚିତ୍ର ନିର୍ଦ୍ଦେଶକ ଶ୍ରୀ ରାଜୀବ ମହାନ୍ତି, ୟୁନିସେଫ୍‌ର ବରିଷ୍ଠ ପରାମର୍ଶଦାତା ଶ୍ରୀ ରୁଦ୍ର ପ୍ରସାଦ ରଥ ପ୍ରମୁଖ ଯୋଗଦେଇଥିଲେ । ଏହି ଚଳଚ୍ଚିତ୍ରରେ ହରିହର ସ୍ୱାଇଁ, ଅଭିଜିତ, ଅବନୀ, ରାମଚନ୍ଦ୍ର, ଅଙ୍କିତ, ଜିନା, ରୁଦ୍ର, ପୃଥିବୀ, ବାବୁ ପ୍ରଧାନ ପ୍ରମୁଖ ଅଭିନୟ କରିଥିବାବେଳେ ଚଳଚ୍ଚିତ୍ର ବ୍ୟବସ୍ଥାପନର ଦାୟିତ୍ୱ ତୁଲାଇଛନ୍ତି ଶ୍ରୀ ବାସୁଦେବ ମାଳବିଶୋଇ । ଏଠାରେ ସୂଚନାଯୋଗ୍ୟ ଯେ କୋଭିଡ୍‌-୧୯କୁ ନେଇ ଅନୁରୂପ ସଚେତନତା ଚଳଚ୍ଚିତ୍ର ଆଗରୁ ମଧ୍ୟ ପ୍ରସ୍ତୁତ କରାଯାଇଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!