Thursday, September 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଟୁଲକିଟ ମାମଲାକୁ ନେଇ ଚାଲିଛି ଛକାପଞ୍ଝା, କଂଗ୍ରେସ ନେତାଙ୍କୁ ପୁଲିସ ସମନ

by ସଞ୍ଜୟ ସ୍ୱାଇଁ
May 25, 2021
in NATIONAL NEWS
ଟୁଲକିଟ ମାମଲାକୁ ନେଇ ଚାଲିଛି ଛକାପଞ୍ଝା, କଂଗ୍ରେସ ନେତାଙ୍କୁ ପୁଲିସ ସମନ
117
VIEWS
Share on FacebookShare on Twitter

ନୂଆଦିଲ୍ଲୀ (ବାଘୁଆବାର୍ତ୍ତା): ଟୁଲକିଟ ମାମଲାରେ କଂଗ୍ରେସର ଦୁଇ ନେତାଙ୍କୁ ସମନ କରିଛି ଦିଲ୍ଲୀ ପୁଲିସ । ଏହି ଦୁଇ ନେତା ହେଲେ ରାଜୀବ ଗୌଡା ଏବଂ ରୋହନ ଗୁପ୍ତା । ଏହି ଦୁଇ କଂଗ୍ରେସ ନେତାଙ୍କୁ ତଦନ୍ତ ପ୍ରକ୍ରିୟାରେ ସାମିଲ ହେବା ପାଇଁ ଦିଲ୍ଲୀ ପୁଲିସ କହିଛି । ନୋଟିସ ମିଳିବା ପରେ ରାଜୀବ ଗୌଡା କହିଛନ୍ତି ସେ ଛତିଶଗଡ଼ରେ ବିଜେପି ନେତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ । ତେଣୁ ସେଠିକା ପୁଲିସ ସମନ କରିବାର ଥିଲା ବୋଲି ଦିଲ୍ଲୀ ପୁଲିସକୁ କହିଥିବା କହିଛନ୍ତି । ଟୁଲକିଟ ମାମଲାରେ ବିଜେପି ନେତା ସମ୍ବିତ ପାତ୍ର ଏବଂ ରମଣ ସିଂହଙ୍କୁ ସମନ କରିଛି ଛତିଶଗଡ଼ ପୁଲିସ । ସମ୍ବିତ ପାତ୍ରଙ୍କୁ ରବିବାର ଭିଡିଓ କନଫରେନସିଂ ଜରିଆରେ ହାଜର ହେବାକୁ ଛତିଶଗଡ଼ ପୁଲିସ କହିଥିଲା । ସେ କିନ୍ତୁ ହାଜର ହେବା ପାଇଁ ୭ ଦିନର ସମୟ ଲୋଡିଛନ୍ତି । ସେହିପରି ସୋମବାର ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଡାକ୍ତର ରମଣ ସିଂହଙ୍କ ବୟାନ ରେକର୍ଡ କରିଛି ପୁଲିସ । ରମଣ ସିଂହ ଛତିଶଗଡ ପୁଲିସକୁ ଲିଖିତ ଆକାରରେ ସମସ୍ତ ପ୍ରଶ୍ନର ଉତ୍ତର ଜଣାଇଛନ୍ତି । ଏହାପରେ ରମଣ ସିଂହ କହିଛନ୍ତି ଛତିଶଗଡରେ ପୁଲିସ ଶାସକ ଦଳ କଂଗ୍ରେସ ଦ୍ୱାରା ପରିଚାଳିତ ଆଇନ ଦ୍ୱରା ନୁହେଁ । ବିଜେପି ନେତାଙ୍କ ବିରୋଧରେ ଛତିଶଗଡ଼ର ଶାସକ ଦଳର ଏହା ଏକ ଷଡଯନ୍ତ୍ର ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାବମୂର୍ତ୍ତି କ୍ଷୁର୍ଣ୍ଣ କରିବା ପାଇଁ ବିଜେପି ନେତା ସମ୍ବିତ ପାତ୍ର ଏକ କଂଗ୍ରେସର ଏକ ଟୁଲକିଟକୁ ଟ୍ୱିଟ କରିଥିଲେ । ହେଲେ ଏହା ଜାଲ ବୋଲି କଂଗ୍ରେସ କହିଥିଲା । ପରେ ଟ୍ୱିଟର ସମ୍ବିତଙ୍କ ସେହି ଟ୍ୱିଟକୁ ‘ମାନିପୁଲେଟଡ ମିଡିଆ’ ବୋଲି ଦର୍ଶାଇଛି । ବିଜେପି କହିଛି ମୋଦିଙ୍କ ଭାବମୂର୍ତ୍ତି ଖରାପ କରିବା ପାଇଁ କଂଗ୍ରେସ ଯେଉର୍ ଟୁଲକିଟ ତିଆରି କରିଛି ଏହାର ମୁଖ୍ୟ ଲେଖକ ସୌମ୍ୟ ବର୍ମା । ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପକୁ ମୋଦିଙ୍କ ଘର କହି କଂଗ୍ରେସ ଯେଉଁ ଖରାପ ଭାବମୂର୍ତ୍ତି ତିଆରି କରିବାକୁ ଷଡଯନ୍ତ୍ର କରିଥିଲା ତାର ମୁଖ୍ୟ ନାୟିକା ସୌମ୍ୟ ବର୍ମା । ସେ କଂଗ୍ରେସ ସାଂସଦ ପ୍ରଫେସର ରାଜୀବ ଗୌଡାଙ୍କ କାର୍ଯ୍ୟାଳୟ ସହିତ ଜଡିତ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!