Thursday, September 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବନ୍ଦ ହେବ କି ଫେସବୁକ, ଟ୍ୱିଟର ଓ ଇନଷ୍ଟ୍ରାଗ୍ରାମ!

by ସଞ୍ଜୟ ସ୍ୱାଇଁ
May 25, 2021
in NATIONAL NEWS
ବନ୍ଦ ହେବ କି ଫେସବୁକ, ଟ୍ୱିଟର ଓ ଇନଷ୍ଟ୍ରାଗ୍ରାମ!
321
VIEWS
Share on FacebookShare on Twitter

ନୂଆଦିଲ୍ଲୀ (ବାଘୁଆବାର୍ତ୍ତା): କେନ୍ଦ୍ର ସରକାର କେତେକ ସୋଶିଆଲ ମିଡିଆ କମ୍ପାନି ଗୁଡିକୁ କେତେକ ନିୟମ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏଥିପାଇଁ ଏହି କମ୍ପାନୀ ଗୁଡିକୁ ସରକାର ତିନି ମାସର ସମୟ ଦେଇଥିଲେ । ଯାହାର ଅବଧି ମେ ୨୬ ରେ ଶେଷ ହେବାକୁ ଯାଉଛି । ଏହି ସୋଶିଆଲ ମିଡିଆ କମ୍ପାନୀ ଗୁଡିକ ଏ ପର୍ଯ୍ୟନ୍ତ ସରକାରଙ୍କ ନିୟମ ପାଳନ କରିନାହାଁନ୍ତି । ଏହି କାରଣ ପାଇଁ ଆସନ୍ତା ଦୁଇ ଦିନ ମଧ୍ୟରେ ଫେସବୁକ, ଟ୍ୱିଟର ଏବଂ ଇନଷ୍ଟ୍ରାଗ୍ରାମ ଆଦିର ସେବା ବନ୍ଦ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । କେନ୍ଦ୍ର ସରକାରଙ୍କ ଆଇଟି ମନ୍ତ୍ରାଳୟ ତରଫରୁ ଡିଜିଟାଲ କଣ୍ଟେଣ୍ଟକୁ ନିୟନ୍ତ୍ରଣ କରିବା ପାଇଁ କମ୍ପେ୍ଳନ୍ସ ଅଫିସର, ନୋଡାଲ ଅଫିସର ଇତ୍ୟାଦି ନିଯୁକ୍ତ କରିବାକୁ କୁହାଯାଇଥିଲା । ଏହି ସମସ୍ତ ଅଧିକାରୀ ଭାରତୀୟ ହୋଇଥିବେ ବୋଲି ସରକାର କହିଥିଲେ । ହେଲେ ଏହି ସୋଶିଆଲ ମିଡିଆ କମ୍ପାନୀମାନେ କିନ୍ତୁ ଏପର୍ଯ୍ୟନ୍ତ ଏହି ନିୟମ କାର୍ଯ୍ୟକାରୀ କରିନାହାନ୍ତି । ତେଣୁ କୁହାଯାଉଛି କମ୍ପାନୀ ଯଦି ଏହି ନିୟମ ପାଳନ କରିବାରେ ବିଫଳ ହୁଏ, ତେବେ ଦେଶରେ ଏହି ସୋଶିଆଲ ମିଡିଆ କମ୍ପାନୀରେ ସରକାର ତାଲା ଲଗାଇ ଦେଇପାରନ୍ତି । ଏଥିସହ ସେମାନଙ୍କ ବିରୋଧରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇପାରେ । ଫେସବୁକ ଓ ଟ୍ୱିଟରରେ ଅନେକ ସମୟରେ ହିଂସାକୁ ଉସକାଉଛି । କିଛି ୟୁଜର ମାନେ ଫେସବୁକ, ଟ୍ୱିଟର ଜରିଆରେ ଏହି ହିଂସାକୁ ଉସକାଉଛନ୍ତି । ତେଣୁ ଏହା ଉପରେ ରୋକ ଲାଗିବା ଦରକାର ବୋଲି କେନ୍ଦ୍ର ସରକାର କହିଛନ୍ତି । ଏ ନେଇ ରାଜ୍ୟ ସଭାରେ କେନ୍ଦ୍ର ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଥିଲେ, ବାକ ସ୍ୱାଧୀନତା ରହିଛି କିନ୍ତୁ ସମ୍ବିଧାନର ଧାରା ୧୯ରେ କିଛି କ୍ଷେତ୍ରରେ କଟକଣା ମଧ୍ୟ ଲାଗୁ କରାଯାଇଛି । ସୋଶିଆଲ ମିଡିଆ ପ୍ଲାଟଫର୍ମରେ ଫେକ ନ୍ୟୁଜ କିମ୍ବା ହିଂସା ସୃଷ୍ଟି କରିବା ଭଳି ପୋଷ୍ଟ ଶେୟାର କଲେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଭାରତୀୟ ଆଇନକୁ ଯିଏ ବି ଉଲ୍ଲଘନନ କରିବ, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଫବୃଆରୀ ୧୧ରେ ରାଜ୍ୟ ସଭାରେ କହିଥିଲେ କେନ୍ଦ୍ର ଆଇଟି ମନ୍ତ୍ରୀ ରବି ଶଙ୍କର ପ୍ରସାଦ । ଏହାପରେ ଫେବୃଆରୀ ୨୫ରେ ଭାରତ ସରକାର ଏଭ ବିଜ୍ଞପ୍ତି ପ୍ରକାଶ କରି ସୋଶିଆଲ ମିଡିଆ କମ୍ପାନୀମାନଙ୍କୁ ଏକ ଗାଇଡ ଲାଇନ ଦେଇଥିଲେ । ଆଉ ସରକାରଙ୍କ ନିୟମ ଅନୁଯାୟୀ ସୋଶିଆଲ ମିଡିଆ କମ୍ପାନୀ ଭାରତରେ କାମ କରିବା ଦରକାର ବୋଲି କହିଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!