ଦଶପଲ୍ଲା, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନାକୁ ରୋକିବା ପାଇଁ କଣ୍ଟେନମେଣ୍ଟ, ସଟଡାଉନ ଓ ମାଇକ୍ରୋକଣ୍ଟେନମେଣ୍ଟପରି ବ୍ୟବସ୍ଥା ଗ୍ରହଣ ବ୍ୟବସ୍ଥା କରୁଛନ୍ତି । ତଥାପି କିଛି ଅମାନିଆଙ୍କ ଲାଗି କରୋନାରେ ରୋକ ଲାଗି ପାରୁନି । ଆଜି ଦଶପଲ୍ଲା ତହସିଲଦାର ଅକ୍ଷୟ କୁମାର ଖେମୁଣ୍ଡି ସାତପାଟଣାରେ ଥିବା ୟୁକୋ ବ୍ୟାଙ୍କକୁ ସଟଡାଉନ କରିଛନ୍ତି । ଆଜି ସକାଳ ୯ ଘଟିକାରୁ ୨୭ ତାରିଖ ସକାଳ ୯ଘଟିକା ପର୍ଯ୍ୟନ୍ତ ଉକ୍ତ ବ୍ୟାଙ୍କ ସଟଡାଉନ ରହିବ । ବ୍ୟାଙ୍କକୁ ବିଶୋଧନ କରାଯିବ । ସେହିପରି ଭାବେ ଦଶପଲ୍ଲା ତହସିଲ ଅନ୍ତର୍ଗତ ସରିଗଣ୍ଡା ଗ୍ରାମପଞ୍ଚାୟତ ସିମିଳି ବେହେରା ସାହିକୁ ମାଇକ୍ରୋକଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ଆଜି ସକାଳ ୮ଘଟିକାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ଉକ୍ତ ଗ୍ରାମକୁ ବିଶୋଧନ କରାଯିବା ସହ ସ୍ୱାସ୍ଥ୍ୟ ଟିମ ପହଞ୍ଚି ଅଧିକ ପରୀକ୍ଷା ନିରିକ୍ଷା କରାଯିବ ।






