ମାଲକାନଗିରି, (ବାଘୁଆବାର୍ତ୍ତା): ଓଡ଼ିଶା ଆନ୍ଧ୍ରପ୍ରଦେଶ ସୀମାନ୍ତ ନଦୀରେ ଡ଼ଙ୍ଗା ବୁଡିଯାଇଥିବା ଭଳି ବଡ଼ ଖବର ଆସି ପହଞ୍ଚିଛି । ଡଙ୍ଗାରେ ୧୧ଜଣ ଯାତ୍ରୀ ଆସୁଥିବା ବେଳେ ସୀମାନ୍ତରେ ଥିବା ସିଲେରୁ ନଦୀରେ ଡଙ୍ଗାଟି ବୁଡିଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସୂଚନାନୁସାରେ, ଆନ୍ଧ୍ରପ୍ରଦେଶ-ଓଡ଼ିଶା ସୀମାନ୍ତରେ ଥିବା ସିଲେରୁ ନଦୀ ଦେଇ ୧୧ଜଣ ଯାତ୍ରୀ ମାଲକାନଗିରି ଆସୁଥିବା ନଦୀରେ ଡଙ୍ଗାଟି ବୁଡିଯାଇଛି । ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ୪ଜଣଙ୍କୁ ଉଦ୍ଧାର କରିଛି । ସେଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ଜଣଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସୁଦ୍ଧା ୭ଜଣ ଯାତ୍ରୀ ନିଖୋଜ ଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ଅଗ୍ନିଶମ ବିଭାଗ । ଡଙ୍ଗାରେ ଆସୁଥିବା ଯାତ୍ରୀମାନେ ସମସ୍ତେ ଚିତ୍ରକୋଣ୍ଡା ବ୍ଲକ ଗୁଣ୍ଠାୱାଡା ପଞ୍ଚାୟତ ଅଧିନରେ ଥିବା କନ୍ଧଗୁଡା ଓ ଗୁଣ୍ଠାୱାଡା ଗାଁର ବୋଲି ଜଣାପଡିଛି ।






