ନୀଳଗିରି : (ବାଘୁଆବାର୍ତ୍ତା): ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ତୁଟାସାହି ଗାଁରେ ଗଛ ଉପରେ ବାଘର ମୃତ ଦେହ ଝୁଲୁଥିବାର ଦେଖିବାକୁ ମିଳିଛି । ତୁଟାସାହି ଗ୍ରାମ ନିକଟରେ ଏକ ବାଘ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଥିଲେ । ଲୋକେ ପ୍ରଥମେ ଭୟରେ ଦୌଡିଥିଲେ । ତେବେ ବାଘଟି କୌଣସି ଗର୍ଜନ କରିନଥିଲା କିମ୍ବା ଅନ୍ୟ ସ୍ଥାନକୁ ଯାଉନଥିଲା । ପରେ ବାଘଟି ମୃତ ବୋଲି ଜଣାପଡିଥିଲା । ବାଘର ମୁହଁରେ କ୍ଷତ ହୋଇଥିବା ବେଳେ ତାକୁ ମାରି ଗଛରେ ଟାଙ୍ଗି ଦିଆଯାଇଥିବା ଅନୁମାନ କରାଯାଉଛି । ଗଛ ଫାଙ୍କରେ ଚାପି ହୋଇ ବାଘଟି ମରିଥିବ ବୋଲି ବନ ବିଭାଗକୁ ଜଣାଇବା ପାଇଁ ଏଭଳି କରାଯାଇଥିବା କୁହାଯାଇଛି । ଅନ୍ୟ ପକ୍ଷରେ ପାଖରେ କୂଳଡିହା ଅଭୟାରଣ୍ୟ ଥିବା ବେଳେ ସେହିଠାରୁ ବାଘଟି ଖାଦ୍ୟ ଅନ୍ୱେଷଣରେ ଆସିଥିବା ବେଳେ ଗଛ ଉପରକୁ ଯାଇ ଓହ୍ଲାଇବା ବେଳେ ଗଛ ଫାଙ୍କରେ ଚାପି ଶ୍ୱାସ ରୁଦ୍ଧ ହୋଇ ମରିଥିବା ଅନୁମାନ କରାଯାଉଛି । ଏହା କଲରାପତରିଆ ନାଁ ହେଟା ବାଘ ସ୍ପଷ୍ଟ ଜଣାପଡି ନାହିଁ । ବନବିଭାଗ ବାଘର ଶବକୁ ଗଛରୁ ଓହ୍ଲାଇବା ପରେ ତାହା କି ବାଘ ଜଣାପଡିବ ।






