ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକରୁ ପୁଣି ଆସିଛି ଚାଉଳ କଳାବଜାରୀ ଅଭିଯୋଗ । ଜଣେ ଡିଲର ପିଡିଏସ ଚାଉଳକୁ ବସ୍ତା ବଦଳାଇ କଳାବଜାରୀ କରୁଥିବା ବେଳେ ଲୋକଙ୍କୁ ହାତରେ ଧରା ପଡ଼ିଛନ୍ତି । ଖତିଆ ପଞ୍ଚାୟତ ରଙ୍କଦେଉଳୀ ଗ୍ରାମରେ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ପିଡିଏସ୍ ଡିଲର ତ୍ରୀନାଥ ସାହୁ ଏଭଳି କାରନାମା କରିଥିବା ଅଭିଯୋଗ ଆସିଛି । ଆଜି ଡିଲର ଚାଉଳକୁ ଏକ ୪୦୭ରେ ବୋଝେଇ କରି ବାହାରକୁ ଚାଲାଣ କରୁଥିଲେ । ଏହାକୁ ଦେଖି ସ୍ଥାନୀୟ ଜନସାଧାରଣ ଚାଉଳ ବୋଝେଇ ଗାଡ଼ିକୁ ଅଟକାଇଥିଲେ । ଏନେଇ ଯୋଗାଣ ବିଭାଗକୁ ଖବର ଦିଆଯିବା ପରେ ଗାଡ଼ିକୁ ଗୋଡ଼ିପଡ଼ା ଫାଣ୍ଡି ପୁଲିସକୁ ହସ୍ତାନ୍ତର କରିବା ପାଇଁ ଗ୍ରାମବାସୀଙ୍କୁ କୁହାଯାଇଛି । ଅନ୍ୟପକ୍ଷେ, ଘଟଣା ସମ୍ପର୍କରେ ଅତିରିକ୍ତ ଯୋଗାଣ ଅଧିକାରୀ ଜୟନ୍ତ ଦାଶ ଏହାର ତଦନ୍ତ କରାଯିବ ବୋଲି ସୂଚନା ଦେଇଛନ୍ତି ।






