ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ସଦର ବ୍ଲକ କ୍ରିଦାଶପୁର ଗ୍ରାମ ପଞ୍ଚାୟତର ପୁଣି ଏକ ଗାଁକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି । ପ୍ରଥମ ମାଳତିପୁର ଗ୍ରାମକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଥିବା ବେଳେ ଏବେ କୋଡ଼ିଏକାହାଣିଆ ଗ୍ରାମକୁ ନୟାଗଡ଼ ତହସିଲଦାର ଭିକାରୀ ସାହୁ ନିଷିଦ୍ଧାଞ୍ଚଳ ଘୋଷଣା କରିଛନ୍ତି । ଆଜି ଆଜି ଦିନ ୧୦ ଘଟିକାରୁ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରିଛନ୍ତି । ଏହି ସମୟ ମଧ୍ୟରେ ଗ୍ରାମବାସୀ ବାହାରକୁ ନବାହରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।






