Friday, September 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମଳିନ ପଡୁଛି ମୋଦିଙ୍କ ଛବି, ଚାଲିଛି ଘନଘନ ବୈଠକ

by ସଞ୍ଜୟ ସ୍ୱାଇଁ
May 24, 2021
in NATIONAL NEWS, Politics
ମଳିନ ପଡୁଛି ମୋଦିଙ୍କ ଛବି, ଚାଲିଛି ଘନଘନ ବୈଠକ
470
VIEWS
Share on FacebookShare on Twitter

ନୂଆଦିଲ୍ଲୀ (ବାଘୁଆବାର୍ତ୍ତା): ପଶ୍ଚିମବଙ୍ଗ ନିର୍ବାଚନରେ ନିଶ୍ଚୟ ଜିତିବାର ରାହା ନେଇ ଜେପରି ରଣକୌଶଳ ଆପଣାଇଥିଲା ଏଥିରେ ବିଜେପି ବିଫଳ ହେଲା । ଏଥିସହିତ ଟିଏମସିରୁ ଛାଡି ବିଜେପିରେ ସାମିଲ ହୋଇଥିବା ଅନେକ ନେତା ଏବେ ପୁଣି ଟିଏମସି ମୁହାଁ ହେବେବୋଲି ଟ୍ୱିଟ କଲେଣି । ପଶ୍ଚିମବଙ୍ଗର ପରାଜୟକୁ ବିଜେପିର ବଡ଼ ନେତାମାନେ ସହଜେ ହଜମ କରିପାରୁନାହାଁନ୍ତି । ଅନ୍ୟ ଏକ ପକ୍ଷେ ମହାମାରୀ କରୋନାର ଦ୍ୱିତୀୟ ଲହର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଛବିକୁ ମଳିନ କରିବାରେ ଲାଗିଛି । ସାରା ଦେଶରେ ମୋଦି ସରକାର କରୋନାକୁ ମୁକାବିଲା କରିବାରେ ବିଫଳ ହୋଇଥିବା ସ୍ୱର ଶାଣିତ ହେବାରେ ଲାଗିଛି । ଏହାକୁ କେମିତି ଦୂର କରାଯିବ ସେଥିପାଇଁ ଆରଏସଏସର ସଦସ୍ୟ ଓ ବିଜେପିର ନେତାମାନେ ବାରମ୍ବାର ବୈଠକ କରୁଛନ୍ତି । ବିଶେଷ କରି ଆସନ୍ତା ବର୍ଷ ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ କେମିତି ଦଳର ଛବିକୁ ସଜାଡି ଯିବ ସେଥିପାଇଁ ରବିବାର ସନ୍ଧ୍ୟାରେ ଆରଏସଏସ ଓ ବିଜେପି ନେତାମାନେ ମାନସମନ୍ଥନ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଧ୍ୟ ଯୋଗ ଦେଇଥିବା ବିଶେଷ ସୂତ୍ରରୁ ଜଣାପଡିଛି । ଉତ୍ତର ପ୍ରଦେଶ ବିଧାନ ସଭା ନିର୍ବାଚନ ଉପରେ ଯେମିତି କରୋନା ମହାମାରୀ ପ୍ରଭାବ ପଡିବ ନାହିଁ, ସେଥିପାଇଁ ତୃଣମୂଳ ସ୍ତରରେ କ’ଣ କରାଯିବ, ସେ ବିଷୟରେ ବୈଠକରେ ଆଲୋଚନା କରାଯାଇଛି । ଉତ୍ତର ପ୍ରଦେଶରେ ବିଜେପି ନିଜର ଛବିକୁ ସୁଧାରିବାକୁ ଏକାଧିକ କାର୍ଯ୍ୟକ୍ରମ କରିବ ବୋଲି ନିଷ୍ପତ୍ତି ହୋଇଛି । ସେହିପରି ଆଗକୁ ଯେମିତି କରୋନାର କୁପ୍ରଭାବ କେନ୍ଦ୍ର ସରକାର କିମ୍ବା ବିଜେପି ଉପରେ ନପଡିବ, ସେ ଦିଗରେ ମଧ୍ୟ ଉଭୟ ଆରଏସଏସ ଓ ବିଜେପି ନେତାମାନେ କାମ କରିବେ । ଦିଲ୍ଲୀରେ ବସିଥିବା ଏହି ବୈଠକରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଆରଏସଏସ ନେତା ଦତ୍ତାତ୍ରେୟ ହୋସବୋଲେ ଓ ଉତ୍ତରପ୍ରଦେଶର ସାଂଗଠିନ ଇନ ଚାର୍ଜ ସୁନୀଲ ବଂଶଲ ପ୍ରମୁଖ ଯୋଗଦେଇଥିଲେ । ଏମାନଙ୍କ ସହ ମୋଦି ଓ ଶାହ ମଧ୍ୟ ବୈଠକରେ ଉପସ୍ଥିତ ରହି ସବୁ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ ବୋଲି ଜଣାପଡିଛି । ବିଜେପି ଓ ଆରଏସଏସ ନେତାମାନଙ୍କ ଏପରି ବୈଠକରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ କେନ୍ଦ୍ର ସରକାରଙ୍କ ଛବି ମଳିନ ପଡିଥିବା ସମସ୍ତେ ଭଲ ଭାବେ ଜାଣି ସାରିଛନ୍ତି । ଏହାକୁ କେମିତି ସୁଧାରିବାକୁ ହେବ, ସେ ନେଇ ପ୍ରୟାସ ମଧ୍ୟ କରାଯାଉଛି । ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ସହ ଦଳ ରହିଛି ବୋଲି ଜଣାଇବାକୁ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ । ‘ସେବା ହିଁ ସଂଗଠନ’ ଦଳ ଏହି ଲକ୍ଷ ନେଇ କାମ କରିବ ବୋଲି କିଛି ଦିନ ତଳେ ଜେପି ନଡ୍ଡା ବିଜେପି କର୍ମୀଙ୍କୁ ଚିଠି ଲେଖି ଜଣାଇଥିଲେ । ଏହା ଉପରେ କାର୍ଯ୍ୟ କରିବାକୁ ମଧ୍ୟ ସେ ଦଳୀୟ କର୍ମୀ ଓ ନେତାଙ୍କୁ କହିଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!