Saturday, July 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କୋଭିଡରେ ମୃତ୍ୟୁ, ଶିଶୁ ଓ ବିଧବା ମହିଳାଙ୍କୁ ଚିହ୍ନଟ କର: ଜିଲ୍ଲାପାଳ

by ସଞ୍ଜୟ ସ୍ୱାଇଁ
May 23, 2021
in Feature News, Nayagarh
କୋଭିଡରେ ମୃତ୍ୟୁ, ଶିଶୁ ଓ ବିଧବା ମହିଳାଙ୍କୁ ଚିହ୍ନଟ କର: ଜିଲ୍ଲାପାଳ
514
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଜିଲ୍ଲାରେ ଅବଶ୍ୟମ୍ଭାବୀ ବାତ୍ୟା “ୟଶ” ଓ ଜିଲ୍ଲାରେ କ୍ରମାଗତ ଭାବରେ ବଢି ଚାଲିଥିବା କାରୋନା ସଂକ୍ରମଣର ପ୍ରତିରୋଧ ନିମନ୍ତେ ଜନସଚେତନତା କାର୍ୟ୍ୟକ୍ରମକୁ ତ୍ୱରାନ୍ୱିତ କରିବା ଓ ରାଜ୍ୟ ସରକାରଙ୍କ ଦ୍ଵାରା ସ୍ଥିରିକୃତ ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀଙ୍କ ଦ୍ଵାରା ଘରକୁ ଘର ସର୍ଭେ କାର୍ୟ୍ୟର ଉତ୍ତମ ପରିଚାଳନାକୁ ନିଶ୍ଚିତ କରାଇବା ନିମନ୍ତେ ଜିଲ୍ଲାପାଳ ଡ଼ ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସମସ୍ତ ବି.ଡି.ଓ. ଏବଂ ସ୍ବେଚ୍ଛାସବୀ ଅନୁଷ୍ଠାନର କର୍ମକର୍ତ୍ତା ଓ ସମସ୍ତ ସିଡିପିଓ, ସୁପରଭାଇଜର ମାନଙ୍କର ଏକ ପ୍ରଶିକ୍ଷଣ କାର୍ୟ୍ୟକ୍ରମ ଯଥାକ୍ରମେ ଅପରାହ୍ନ ୧ଘଟିକା ଏବଂ ୪ଘଟିକା ସମୟରେ ଭରଚୁଆଲ ମୋଡରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବିଗତ ଦିନରେ ଅମ୍ଫାନ ଓ ଫନି ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ସ୍ଥାନ ଗୁଡିକକୁ ପ୍ରାଧାନ୍ୟ ଦେଇ ସେ ସବୁ ସ୍ଥାନର ଲୋକ ମାନଙ୍କୁ ସ୍ଥାନାନ୍ତର ବ୍ୟବସ୍ଥା ଓ ସେହି ସବୁ ସ୍ଥାନରେ ଥିବା ଗର୍ଭବତୀ ମହିଳାମାନଙ୍କର ଉତ୍ତମ ଯତ୍ନ ଓ ଯେଉଁ ମାନଙ୍କର ପ୍ରସବ ତାରିଖ ୨୪ ମେ ରୁ ୭ ଜୁନ ମଧ୍ୟରେ ଅଛି ସେମାନଙ୍କୁ ତୁରନ୍ତ ନିରାପଦ ସ୍ଥାନ ଅଥବା ଡାକ୍ତରଖାନାକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସମସ୍ତ ସିଡିପିଓ ଏବଂ ସୁପରଭାଇଜରମାନଙ୍କୁ ଉପରୋକ୍ତ ସମୟ ମଧ୍ୟରେ ଆସନ୍ନ ପ୍ରସବ ମହିଳା ମାନଙ୍କର ତାଲିକା ପ୍ରସ୍ତୁତ କରି ରଖିବାକୁ କୁହାଯିବା ସହିତ ଆବଶ୍ୟକ ସ୍ଥଳେ ସେମାନଙ୍କୁ ଡାକ୍ତରଖାନା ଅଥବା ସୁବିଧାଜନକ ସ୍ଥାନକୁ ସ୍ଥାନାନ୍ତର ଉପରେ ଗୁରୁତ୍ଵ ଦେବାକୁ କହିଥିଲେ। ସମସ୍ତ ଅଙ୍ଗନବାଡି କେନ୍ଦ୍ରରେ ଓ.ଆର.ଏସ. ଦ୍ରବଣ ଗଚ୍ଛିତ କରି ରଖିବାକୁ ପରାମର୍ଶ ଦେଇଥିଲେ। ଅଙ୍ଗନବାଡି କର୍ମୀମାନଙ୍କ ଜରିଆରେ ଚିହ୍ନିତ ହେଉଥିବା ଥଣ୍ଡା , ଶର୍ଦ୍ଦି ଓ ଜ୍ଵରରେ ଆକ୍ରାନ୍ତ ସମସ୍ତ ଲୋକଙ୍କୁ ତୁରନ୍ତ ପରୀକ୍ଷଣ ଓ ଔଷଧ ସେବନ ନିଶ୍ଚିତ କରାଇବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। ତତସହିତ ସିଡିପିଓ ଏବଂ ସୁପରଭାଇଜରମାନେ ସେମାନଙ୍କୁ ବହୁଳ ମାତ୍ରାରେ ଉତ୍ସାହିତ କରାଇବାରେ ଗୁରୁତ୍ଵ ଦେବାକୁ ଜିଲ୍ଲାପାଳ କହିଥିଲେ। କୋଭିଡ ମୃତ୍ୟୁ ଦ୍ଵାରା ଅନାଥ ହୋଇଥିବା ଶିଶୁ ଓ ବିଧବା ମହିଳାମାନଙ୍କୁ ତୁରନ୍ତ ଚିହ୍ନଟ କରି ସେମାନଙ୍କ ନିମନ୍ତେ ସରକାରୀ ସୁବିଧା ଉପଲବ୍ଧ କରାଇବାରେ ସହଯୋଗ କରିବାକୁ ପ୍ରଶିକ୍ଷଣରେ ଉପସ୍ଥିତ ସମସ୍ତଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ। ଏହି ସମସ୍ତ କାର୍ୟ୍ୟର ସମ୍ପୂର୍ଣ୍ଣ ତଦାରଖ ଦାୟିତ୍ୱ ବି.ଡି.ଓ.ମାନଙ୍କ ଉପରେ ନ୍ୟସ୍ତ କରାଯାଇଥିଲା। କିଛି ଅଙ୍ଗନବାଡି କର୍ମୀ କାରୋନା ସଂକ୍ରମିତ ହୋଇଥିବାର ଖବର ଶୁଣି ଜିଲ୍ଲାପାଳ ସେମାନଙ୍କୁ ସମସ୍ତ ଚିକିତ୍ସା ସୁବିଧା ଯୋଗାଇଦେବାକୁ ପ୍ରତିଶୃତି ଦେବାସହ ସମସ୍ତଙ୍କୁ କୋଭିଡ ନିୟମ ପାଳନ କରି ସତର୍କତା ସହିତ ନିଜ ଦାୟିତ୍ଵ ନିର୍ବାହ କରିବାକୁ ପରାମର୍ଶ ଦେଇଥିଲେ। ଏହି ପ୍ରଶିକ୍ଷଣ କାର୍ୟ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ ,ଉପଜିଲ୍ଲାପାଳ ଲଗ୍ନଜିତ ରାଉତ ଉପସ୍ଥିତି ରହିଥିଲେ। ଶେଷରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!