Saturday, July 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶକ୍ତିମନ୍ତ୍ରୀଙ୍କ ‘ୟସ୍‌’ ବାତ୍ୟା ପ୍ରସ୍ତୁତି

by ସଞ୍ଜୟ ସ୍ୱାଇଁ
May 23, 2021
in Feature News
ଶକ୍ତିମନ୍ତ୍ରୀଙ୍କ ‘ୟସ୍‌’ ବାତ୍ୟା ପ୍ରସ୍ତୁତି
167
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): ସାମୁଦି୍ରକ ଝଡ଼ ‘ୟସ୍‌’ ଦ୍ୱାରା ସଂଘଟିତ ସମ୍ଭାବ୍ୟ କ୍ଷୟକ୍ଷତିର ମୁକାବିଲା ସହ ବାତ୍ୟା ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ବିଦୁ୍ୟତ ସରବରାହର ପୁନରୁଦ୍ଧାର ନିମନ୍ତେ ନିଜକୁ ପ୍ରସ୍ତୁତ ରଖିବାକୁ ଶକ୍ତିମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ଆଜି ସମସ୍ତ ବିତରଣ କମ୍ପାନୀ, ଗ୍ରୀଡ଼୍‌କୋ, ଓପିଟିସିଏଲ୍‌, ପିଜିସିଆଇଏଲ୍‌ ଓ ଏନ୍‌ଟିପିସିର ଅଧିକାରୀମାନଙ୍କୁ ନେଇ ଏକ ଭର୍ଚୁଆଲ ବୈଠକରେ ସମୀକ୍ଷା କରି କହିଛନ୍ତି । ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରିବାକୁ ଏକ ବ୍ଲୁ୍ୟ ପ୍ରିଣ୍ଟ ତିଆରି ସହ ମାନବସମ୍ବଳ ବିନିଯୋଗ, ଯନ୍ତ୍ରପାତିର ଉପଯୋଗ ଓ ସରଞ୍ଜାମ ଉପଲବ୍ଧ ଆଦିକୁ ପ୍ରଭାବୀ ଭାବେ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଗତ ଅମ୍ଫାନବେଳେ ବିଦୁ୍ୟତ କର୍ମଚାରୀମାନେ ଯେଉଁ ଅକ୍ଳାନ୍ତ ପରିଶ୍ରମ କରି ବିଦୁ୍ୟତ ସେବାର ପୁନରୁଦ୍ଧାର କରିଥିଲେ ତା’ର ଭୂୟସୀ ପ୍ରଶଂସା କରିବା ସହ ଏଥର ମଧ୍ୟ ଆମକୁ ସମାନ ଧରଣର ପ୍ରତିବଦ୍ଧତା ପ୍ରଦର୍ଶନ କରିବାକୁ ହେବ ବୋଲି ସେ କହିଥିଲେ । ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ଏ ଦିଗରେ ଉପଯୁକ୍ତ ପ୍ରସ୍ତୁତିର ନେତୃତ୍ୱ ନେଇଥିବାରୁ ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ଖୁସି ବ୍ୟକ୍ତ କରିଥିଲେ । କର୍ମଚାରୀଙ୍କ ନିୟୋଜନବେଳେ ଯେପରି ତାଙ୍କର ସୁରକ୍ଷା, ରହିବା, ଖାଦ୍ୟପେୟ ଇତ୍ୟାଦିରେ କୌଣସି ପ୍ରକାର ସମସ୍ୟା ନଉପୁଜେ ସେଥିପ୍ରତି ବିଶେଷ ଯତ୍ନବାନ ହେବାକୁ ସେ ବିଦୁ୍ୟତ ବିତରଣ କମ୍ପାନୀଗୁଡ଼ିକର ମୁଖ୍ୟ ନିର୍ବାହୀମାନଙ୍କୁ ପରାମର୍ଶ ଦେଇଥିଲେ । ଆଗୁଆ ଭାବେ ଆବଶ୍ୟକୀୟ ବିଦୁ୍ୟତ ଉପକରଣ ସମ୍ଭାବ୍ୟ ପ୍ରଭାବିତ ସ୍ଥାନଗୁଡ଼ିକରେ ମହଜୁଦ ରଖିବା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ । ତା’ଛଡ଼ା ବିଦୁ୍ୟତଜନିତ ଧନଜୀବନ ହାନି ଯେପରି ନଘଟେ ସେଥିପାଇଁ ଧ୍ୟାନ ଦେବାକୁ ସେ କହିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଶୂନ୍ୟ-ମୃତ୍ୟ ମିଶନକୁ ସଫଳ କରିବାକୁ ସେ ପରାମର୍ଶ ଦେବା ସହ ବିଭିନ୍ନ ସ୍ଥାନରେ ମୁତୟନ ହୋଇଥିବା ଅଧିକାରୀମାନେ ସ୍ଥାନୀୟ ଅଞ୍ଚଳର ଜନପ୍ରତିନିଧିମାନଙ୍କ ସହ ଯୋଗାଯୋଗରେ ରହି ସେମାନଙ୍କ ସହଯୋଗ ନେବାକୁ କହିଥିଲେ । ସେ କହିଥିଲେ ଯେ ତା’ଛଡ଼ା ପ୍ରତି ଜିଲ୍ଲାରେ ନିୟନ୍ତ୍ରଣ କକ୍ଷ ସ୍ଥାପନ ସହ ଜିଲ୍ଲା ପ୍ରଶାସନ ସହିତ ଲଗାତାର ସଂପର୍କରେ ରହିବା ଏବଂ ସର୍ବଦା ଆଖି ଓ କାନ ଖୋଲା ରଖିବାକୁ । ସଂପ୍ରତି ରାଜ୍ୟର ବିଭିନ୍ନ ସ୍ଥାନରେ କୋଭିଡ୍‌ ହସ୍‌ପିଟାଲ୍‌ଗୁଡ଼ିକ କାର୍ଯ୍ୟକ୍ଷମ ରହିଛି । ତେଣୁ ଏହି ବାତ୍ୟା ସମୟରେ କିପରି ବିକଳ୍ପ ଜରିଆରେ ବିଦୁ୍ୟତ ଯୋଗାଣ କରାଯିବ ସେଥିପାଇଁ ପ୍ରକୃତ ଆକଳନ କରି ଡିଜି ସେଟ୍‌ ଉପଲବ୍ଧ କରିବାକୁ ହେବ । ବାତ୍ୟା ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲା ସଦର ମହକୁମା, କୋଭିଡ୍‌ ହସ୍‌ପିଟାଲ୍ସ, ଅକ୍ସିଜେନ ପ୍ଲାଣ୍ଟ, ବ୍ଲକ୍‌ ମୁଖ୍ୟାଳୟ, ପାଣିପମ୍ପ ପ୍ରଭୃତି ସ୍ଥାନକୁ ଅଗ୍ରାଧିକାର ଭିତ୍ତିରେ ବିଦୁ୍ୟତ ଯୋଗାଣ କରାଯିବ । ବିଦୁ୍ୟତ ବିତରଣ କମ୍ପାନୀଗୁଡ଼ିକ ତରଫରୁ ଆବଶ୍ୟକୀୟ ମାନବସମ୍ବଳ ଓ ଉପକରଣ, ଯାନବାହନ ଆଦି ଆଗୁଆ ଭାବେ ପ୍ରସ୍ତୁତ ରଖାଯାଇଥିବା ପ୍ରକାଶ କରାଯାଇଥିଲା । ଏଥି ସହିତ ତ୍ୱରିତ କାର୍ଯ୍ୟାରମ୍ଭ ସକାଶେ ବିିଭିନ୍ନ ସ୍ଥାନରେ ବିଦୁ୍ୟତ ଖୁଣ୍ଟ, କେବୁଲ, ତାର, ଟ୍ରାନ୍ସଫରମର୍‌, ଶକ୍ତିଚାଳିତ କରତ, ବାଉଁଶ ସିଡ଼ି, ଡବଲ ପୁଲି, ହାଇଡ୍ରା ମେସିନ୍‌, ପୋଲ ମାଷ୍ଟର, େୱଲ୍‌ଡିଂ ମେସିନ୍‌, ଆସ୍କା ଲାଇଟ୍‌, ଡିଜି ସେଟ୍‌, ଟର୍ଚ୍ଚ ଲାଇଟ୍‌, ଭ୍ରାମ୍ୟମାଣ ପାୱାର ବ୍ୟାଙ୍କ, ଫାଷ୍ଟ-ଏଡ୍‌ ବକ୍ସ, କର୍ମଚାରୀମାନଙ୍କ ପାଇଁ ଶୁଖିଲା ଖାଦ୍ୟ, ଔଷଧ, ସାପ ବିଷନାଶକ ଔଷଧ ଆଦି ମହଜୁଦ୍‌ ରଖାଯାଇଥିବା କୁହାଯାଇଛି । ଏଥି ସହିତ କର୍ମଚାରୀମାନଙ୍କ ସକାଶେ ବର୍ଷାତି ପୋଷାକ, ମାସ୍କ, ହ୍ୟାଣ୍ଡ ଗ୍ଲୋଭସ୍‌ ଇତ୍ୟାଦି ଠୁଳ କରାଯାଇଥିବା ଜଣାପଡ଼ିଛି । ଆସନ୍ତାକାଲିଠାରୁ ବିଦୁ୍ୟତ କମ୍ପାନୀଗୁଡ଼ିକ ଏବଂ ଓପିଟିସିଏଲ୍‌ ତରଫରୁ ବୈଦୁ୍ୟତିକ ଓ ମୁଦ୍ରଣ ଗଣମାଧ୍ୟମ ଜରିଆରେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ବିଜ୍ଞାପନ ପ୍ରକାଶ କରାଯିବ । ତା’ଛଡ଼ା ଆସନ୍ତାକାଲିଠାରୁ ମକ୍‌ଡ୍ରିଲ୍‌ କରାଯାଇ କର୍ମଚାରୀମାନଙ୍କୁ ତ୍ୱରିତ ସେବା ଏବଂ ପୁନରୁଦ୍ଧାର ଉପରେ ତାଲିମ ଦିଆଯିବ । କମ୍ପାନୀର ମୁଖ୍ୟ ପରିଚାଳକମାନଙ୍କୁ ସ୍ୟାଟେଲାଇଟ୍‌ ଫୋନ୍‌ ପ୍ରଦାନର ବ୍ୟବସ୍ଥା କରାଯାଇଛି । ଫଳରେ ବିଶେଷ ଯୋଗାଯୋଗ ସମସ୍ୟା ଉପୁଜିଲେ ତାହା କାର୍ଯ୍ୟରେ ଆସିବ । ଆଜି ‘ୟାସ୍‌’ ହ୍ୱାଟ୍ସ-ଅପ୍‌ ଗ୍ରୁପ୍‌ ସୃଷ୍ଟି କରି ପରସ୍ପର ମଧ୍ୟରେ ସୂଚନା ଆଦାନପ୍ରଦାନ ସକାଶେ ପଦକ୍ଷେପ ନିଆଯାଇଛି । ଆଜିର ଏହି ସମୀକ୍ଷାରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରୀଡ୍‌କୋର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ତି୍ରଲୋଚନ ପଣ୍ଡା, ନିର୍ଦ୍ଦେଶକ(ଅର୍ଥ) ଶ୍ରୀ ଗଗନ ବିହାରୀ ସ୍ୱାଇଁ, ନୋଡାଲ ଅଧିକାରୀ, ଡିସ୍‌କମ୍‌ ଶ୍ରୀ ଉମାକାନ୍ତ ସାହୁ, ଗ୍ରୀଡ୍‌କୋର ବାଣିଜ୍ୟ ଓ କାରବାର ବିକାଶ ନିର୍ଦ୍ଦେଶକ ଶ୍ରୀ ଉପେନ୍ଦ୍ର ପ୍ରସାଦ ପତି, ନିର୍ଦ୍ଦେଶକ(ଅପରେସନ୍‌) ଶ୍ରୀ ବି.ବି. ମେହେଟ୍ଟାଙ୍କ ସମେତ ଟିପିଏନ୍‌ଓଡିଏଲ୍‌, ଟିପିସିଓଡିଏଲ୍‌ର ମୁଖ୍ୟ ନିର୍ବାହୀ ଏବଂ ଅନ୍ୟ ସର୍କଲର ପ୍ରତିନିଧି ଅଧିକାରୀଗଣ ଯୋଗ ଦେଇଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!