Saturday, July 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଯୁବକଙ୍କୁ ମାଡ ମାରିବା ଘଟଣା, ହଟିଲେ ଜିଲ୍ଲାପାଳ

by ସଞ୍ଜୟ ସ୍ୱାଇଁ
May 23, 2021
in State
ଯୁବକଙ୍କୁ ମାଡ ମାରିବା ଘଟଣା, ହଟିଲେ ଜିଲ୍ଲାପାଳ
371
VIEWS
Share on FacebookShare on Twitter

ରାୟପୁର (ବାଘୁଆବାର୍ତ୍ତା): ଛତିଶଗଡ଼ର ସୁରଜପୁର ଜିଲ୍ଲାରେ ଜଣେ ଯୁବକଙ୍କୁ ଚାପୁଡା ମାରିବା ସହ ଫୋନ ଭାଙ୍ଗିବା ଘଟଣା ଜିଲ୍ଲାପାଳଙ୍କୁ ଭାରି ପଡିଲା । ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ କଲେକ୍ଟର ରଣବୀର ଶର୍ମାଙ୍କୁ ତୁରନ୍ତ ଦାୟିତ୍ୱରୁ ହଟାଇ ଦେଇଛନ୍ତି । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଛତିଶଗଡ଼ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ଭାଇରାଲ ଭିଡିଓ ଅନୁସାରେ ଲକଡାଉନରେ ଔଷଧ ନେବାକୁ ଯାଉଥିବା ଯୁବକଙ୍କୁ କଲେକ୍ଟର ଚାପୁଡା ମାରିବା ସହ ତାଙ୍କ ଫୋନକୁ ଭାଙ୍ଗି ଦେଇଥିବାର ଦେଖିବାକୁ ମିଳିଥିଲା । ସୋସିଆଳ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କଲେକ୍ଟରଙ୍କୁ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଇଏଏସ ଗୌରବ କୁମାର ସିଂଙ୍କୁ ସୁରଜପୁରର ନୂତନ କଲେକ୍ଟର ଭାବରେ ନିଯୁକ୍ତ କରାଯାଇଛି ।ଭୂପେଶ ବଘେଲା ଟ୍ୱିଟ କରି ଏହାର ସୂଚନା ଦେଇଛନ୍ତି । ସୁରଜପୁର କଲେକ୍ଟର ରଣବୀର ଶର୍ମା ଜଣେ ଯୁବକଙ୍କୁ ଖରାପ ବ୍ୟବହାର କରିଥିବା ଘଟଣା ସୋସିଆଲ ମିଡିଆ ଦ୍ୱାରା ଜାଣିବାକୁ ପାଇଥିଲି । ଏହା ଅତ୍ୟନ୍ତ ଦୁଃଖ ଦାୟକ ଏବଂ ନିନ୍ଦନୀୟ । ଛତିଶଗଡ଼ରେ ଏଭଳି କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ । କଲେକ୍ଟର ରଣବୀରଙ୍କୁ ତୁରନ୍ତ ହଟେଇବାର ନିର୍ଦ୍ଦେଶ ଦିଆଯାଇଛି । ଭିଡିଓ ଭାଇରାଲ ହେବା ପରେ କଲେକ୍ଟର ଏହି ଘଟଣା ପାଇଁ କ୍ଷମା ମଧ୍ୟ ମାଗିଛନ୍ତି । ସେ କହିଛନ୍ତି ଯେ ଲୋକମାନେ କରୋନା ନିୟମ ପାଳନ କରିବା ଉଚିତ । ସୁରଜପୁର ଜିଲ୍ଲା କଲେକ୍ଟର ରଣବୀର ଶର୍ମା ତାଙ୍କୁ କହିଥିଲେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରଲ ହୋଇଛି, ଯେଉଁଥିରେ ମୁଁ ଲକଡାଉନ ବେଳେ ଜଣେ ଯୁବକଙ୍କୁ ଚାପୁଡା ମାରିଛି । ଆଜିର ଆଚରଣ ପାଇଁ ମୁଁ ହୃଦୟରୁ କ୍ଷମା ପ୍ରାର୍ଥନା କରୁଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!