ଭୁବନେଶ୍ୱର (ବାଘୁଆବାର୍ତ୍ତା): ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ପାଇଁ ଖୁସି ଖବର । ଦୀର୍ଘ ୩୦ ବର୍ଷର ରେକର୍ଡ ଭାଙ୍ଗି ନିଜର ନୂଆ ପରିଚୟ ସୃଷ୍ଟି କରିଛି ସାତକୋଶିଆ । ସାତକୋଶିଆ ଗଣ୍ଡର ପ୍ରାକୃତିକ ଆବାସ ସ୍ଥଳୀରେ ପୁଣି ଥରେ ବିରଳ ଘଡିଆଳ କୁମ୍ଭୀର ଜନ୍ମ ନେଇଛନ୍ତି । ସୂଚନା ଅନୁସାରେ ସାତକୋଶିଆର ଟିକରପଡା ବନ୍ୟପ୍ରାଣୀ ବନାଞ୍ଚଳ ମହାନଦୀର ବଳଦମରା ପାଖରେ ଏକ ମାଆ ଘଡିଆଳ ସହ କିଛି ନବଜାତକ ଘଡିଆଳ ଶାବକଙ୍କୁ ବନ ବିଭାଗ ଠାବ କରିଥିଲା । ଯେଉଁଥିରେ ପ୍ରାୟ ୨୮ଟି ଘଡିଆଳ ଛୁଆ ଥିବା ଜଣାପଡିଛି । ଏହି ସବୁ ସାବକ ସାତକୋଶିଆ ଗଣ୍ଡର ପ୍ରାକୃତିକ ପରିବେଶ ମଧ୍ୟରେ ପ୍ରଜନନ ହୋଇଥିବା ଅନୁଗୁଳ ବନମଣ୍ଡଳ ଆଂଚଳିତ ମୁଖ୍ୟ ବନ ସଂରକ୍ଷକ ପ୍ରଦୀପରାଜ କରାଟେ ସୂଚନା ଦେଇଛନ୍ତି ।






