Saturday, July 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାପାକୁ ଛୁଇଁଲାନି ପୁଅ, କରୋନା ଯୋଦ୍ଧା ତହସିଲଦାର ଦେଲେ ମୁଖାଗ୍ନୀ

by ସଞ୍ଜୟ ସ୍ୱାଇଁ
May 23, 2021
in Health, State
ବାପାକୁ ଛୁଇଁଲାନି ପୁଅ, କରୋନା ଯୋଦ୍ଧା ତହସିଲଦାର ଦେଲେ ମୁଖାଗ୍ନୀ
521
VIEWS
Share on FacebookShare on Twitter

ଚାନ୍ଦବାଲି (ବାଘୁଆବାର୍ତ୍ତା): କରୋନା ଭୟରେ ପୁଅ ଛୁଇଁଲାନି ବାପାର ମୃତଦେହ । ତେଣୁ ଅନ୍ତିମ ସତ୍କାର ପାଇଁ ଆଗେଇ ଆସିଲେ ତହସିଲଦାର ଓ ବିଡିଓ । ଭଦ୍ରକ ଜିଲ୍ଲାରେ ଘଟିଛି ଏହି ଘଟଣା, ଯାହା ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ଜିଲ୍ଲାର ନଳଗୋହିରା ଗାଁର ଜଣେ ୫୦ ବର୍ଷୀୟ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିଲା । ତେବେ ସୁସ୍ଥ ହେବା ପରେ ହୋମଆଇସୋଲେସନରେ ଥିବା ବେଳେ ଗତକାଲି ତାଙ୍କର ମୃତ୍ୟୁ ହୋଇଥିଲା । କରୋନା ସଂକ୍ରମଣ ଭୟରେ ତାଙ୍କ ମୃତଦେହ ପାଖକୁ ତାଙ୍କ ପୁଅ ଯାଇ ନଥିଲେ । ଏପରିକି ଅନ୍ୟମାନେ ବି ଛୁଇଁ ନଥିଲେ । ଶେଷରେ ପରିବାର ଲୋକେ ସ୍ଥାନୀ ୟ ସରପଞ୍ଚଙ୍କୁ ଖବର ଦେଇଥିଲେ । ସରପଞ୍ଚ ଘଟଣା ସଂପର୍କରେ ଚାନ୍ଦବାଲି ତହସିଲଦାର ଓ ବିଡିଓଙ୍କୁ ଖବର ଦେଇଥିଲେ । ଏହା ପରେ ତହସିଲଦାର ସୁଶାନ୍ତ ସୁତାର ଓ ବିଡିଓ ପହଞ୍ଚିଥିଲେ ନଳ ଗୋହିରା ଗାଁରେ । ସେମାନେ ମୃତଦେହକୁ ଆମ୍ବୁଲାନ୍ସ ଯୋଗେ ନେଇ ଅନ୍ତିମ ସତ୍କାର କରିଥିଲେ । ଶବସତ୍କାର ପାଇଁ ତହସିଲଦାର ଅନ୍ୟ କିଛି ଲୋକଙ୍କ ସହ ମିଶି କାଠ ମଧ୍ୟ ବୋହିଥିଲେ । ସେ ନିଜେ ମୁଖାଗ୍ନୀ ଦେଇଥିଲେ । ତେବେ କୋଭିଡ ପ୍ରୋଟୋକଲ ଅନୁଯାୟୀ ପପିଇ କିଟ ପିନ୍ଧି ଶବସତ୍କାର ସଂପନ୍ନ କରାଯାଇଥିଲା । ତହସିଲଦାର ଓ ବିଡିଓଙ୍କ ଏହି କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରୁଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!