ଭୁବନେଶ୍ୱର (ବାଘୁଆବାର୍ତ୍ତା): ବଙ୍ଗୋପସାଗରରେ ୱେଲମାର୍କରେ ଲୋ-ପ୍ରେସରରେ ପରିଣତ ହେଲା ଲଘୁଚାପ । କିଛି ସମୟ ପରେ ନେବ ଅବପାତର ରୂପ । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ୨୪ ତାରିଖରେ ବାତ୍ୟାର ରୂପ ନେବା ପରେ ‘ୟଶ’ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ୨୬ ତାରିଖ ସଂଧ୍ୟା ସୁଦ୍ଧା ପଶ୍ଚମବଙ୍ଗ ସମେତ ଓଡିଶା ଓ ବାଂଲାଦେଶ ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିବ । ହେଲେ ନିର୍ଦ୍ଦିଷ୍ଟ କେଉଁ ସ୍ଥାନରେ ଲ୍ୟାଣ୍ଡଫଲ କରିବ ସେନେଇ କୌଣସି ସ୍ପଷ୍ଟ ତଥ୍ୟ ଦେଇନାହିଁ ଆଇଏମଡି । ଓଡିଶାର ମାତ୍ର ଦୁଇଟି ଜିଲ୍ଲା ଉପରେ ଏହାର ପ୍ରଭାବ ବିଶେଷ ଭାବେ ଅନୁଭୁତ ହେବ ବୋଲି କୁହାଯାଉଛି । ଓଡିଶାର ଦୁଇଟି ଜିଲ୍ଲା ଅର୍ଥାତ ବାଲେଶ୍ୱର ଓ ଭଦ୍ରକ ଉପରେ ଏହାର ସବୁଠାରୁ ଅଧିକ ପ୍ରଭାବ ଅନୁଭୁତ ହେବ ବୋଲି ଅନୁମାନ କରାଯାଉଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ୨୪ ସନ୍ଧ୍ୟା ବେଳକୁ ଓଡିଶା ଉପକୂଳରେ ପବନର ବେଗ ରହିବ ଘଣ୍ଟାପ୍ରତି ୪୦ ରୁ ୫୦ କିମି ସର୍ବାଧିକ ୬୦ କିମି ରହିବ । ଯାହା ୨୬ ତାରିଖ ଅପରାହ୍ନ ବେଳକୁ ସର୍ବାଧିକ ୧୧୦ କିମି ବେଗରେ ବହିବ ନେଇ ଆକଳନ କରାଯାଉଛି ।






