ବାଲେଶ୍ୱର (ବାଘୁଆବାର୍ତ୍ତା): ସଟଡାଉନ ସମୟରେ ମନ୍ଦିରରୁ ଚୋରି କରିବା ପାଇଁ ପଛଉ ନାହାନ୍ତି ଦୁର୍ବୃତ୍ତ । ବାଲେଶ୍ୱର ଜିଲ୍ଲା ଧୋବଶିଳା ପଞ୍ଚାୟତର ତିନୋଟି ମନ୍ଦିରରୁ ଚୋରି । ଶନିବାର ମଧ୍ୟ ରାତ୍ରରେ ବୁର୍ବୃତ୍ତମାନେ ସୁନା ଗହଣା, ସାମଗ୍ରୀ ଲୁଟ କରିଛନ୍ତି । ତେବେ ଗୋଟିଏ ମନ୍ଦିର ଅଳ୍ପକେ ବର୍ତ୍ତି ଯାଇଛି । ଶନିବାର ରାତିରେ ଧୋବଶିଳା ଗାଁର ମାଆ ବଉଳାଇ ମନ୍ଦିର, ମହାଦେବ ମନ୍ଦିର, ସିନ୍ଦୁରାବତୀ ମନ୍ଦିରରେ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ଗହଣା ଓ ସାମଗ୍ରୀ ଲୁଟ କରିନେଇଛନ୍ତି ଦୁର୍ବୃତ୍ତ । ରବିବାର ସକାଳେ ପୂଜାରୀ ପୂଜା କରିବାକୁ ଯାଇଥିବା ବେଳେ ଚୋରି ହୋଇଥିବା ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ । ସେହିପରି ଗୋପିନାଥପୁର ଗ୍ରାମର ଗୋପୀନାଥଜୀଉ ମନ୍ଦିରରେ ଶନିବାର ମଧ୍ୟରାତ୍ରରେ ମୁଖ୍ୟ ଫାଟକରେ ତାଲା ଭାଙ୍ଗି ଭିତରକୁ ଯାଇ ହୁଣ୍ଡି ବାକ୍ସ ଭାଙ୍ଗୁଥିବା ବେଳେ ପାଖ ଘର ଲୋକ ଅରବିନ୍ଦ ପତି ଦେଖି ନେଇଥିଲେ । ତାଙ୍କୁ ଏକ ରଡ ଯୋଗେ ଆକ୍ରମଣ କରିବାର ଉଦ୍ୟମ କରନ୍ତେ ସେ ଦୌଡି ପଳାଇ ଯାଇଥିଲେ ଦୁର୍ବୃତ୍ତ । ପରେ ଦୁର୍ବୃତ୍ତ ମାନେ ସେଠାରୁ ଚୋରି କରିନପାରି ପଳାଇ ଯାଇଥିଲେ । ଖବର ପାଇ ନୀଳଗିରି ଏସଆଇ ବାସୁଦେବ ଜୟ ସିଂ ଓ ସସ୍ମିତା ମଲ୍ଲିକ ଆସି ତଦନ୍ତ କରୁଥିବା ଜଣାପଡିଛି ।






