ଓଡ଼ଗାଁ,(ବାଘୁଆବାର୍ତ୍ତା): ଓଡ଼ଗାଁ ବ୍ଲକ କୋମଣ୍ଡ ପଞ୍ଚାୟତ, ବ୍ଲକ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଛାମୁସାହି ଗ୍ରାମରେ ପହଞ୍ଚି ୬୩ ଜଣଙ୍କର ଆଣ୍ଟିଜେନ ପରୀକ୍ଷା କରିଛି । ଏଥିସହିତ ୫୪ ଜଣଙ୍କର ମଧ୍ୟ ଆରଟିପିସିଆର ପରୀକ୍ଷା ପାଇଁ ନମୁନା ସଂଗ୍ରହ କରାଯାଇଛି । ଏନେଇ ଡାକ୍ତର ରାମପ୍ରସାଦ ସାହୁ ସୂଚନା ଦେଇଛନ୍ତି । ଆଜି ସମୁଦାୟ ୪ ଜଣ ପଜିଟିଭ ଚିହ୍ନଟ ହୋଇଛି । ଗତ ୧୮ ତାରିଖରେ କୋମଣ୍ଡ ଛାମୁସାହିରୁ ଏକକାଳୀନ ୧୧ ଜଣ ପଜିଟିଭ ଚିହ୍ନଟ ହେବା ପରେ ଗ୍ରାମବାସୀଙ୍କ ଭିତରେ ଏକ ଭୟର ବାତାବରଣ ଦେଖା ଯାଇଥିଲା । ଫଳରେ ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଗୁରୁତ୍ୱ ଦେଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ଉକ୍ତ ସାହିଙ୍କୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଓଡିଶା ସରକାରଙ୍କର କୋଭିଡ ନିୟମକୁ କଡାକଡି ଭାବେ ପାଳନ କରାଗଲେ କୋଭିଡ ସଂକ୍ରମଣକୁ ପ୍ରତିରୋଧ କରାଯାଇ ପାରିବ ବୋଲି ସରପଞ୍ଚ ସୁଶାନ୍ତ ଦଳେଇ ସମସ୍ତ ଗ୍ରାମବାସୀଙ୍କୁ ଅପିଲ କରିଛନ୍ତି । ସ୍ୱାସ୍ଥ୍ୟବିଭାଗ କର୍ମଚାରୀ ସନୋଜ ଗୋଛି, ଅଙ୍ଗନବାଡ଼ି କର୍ମୀ ବବିତାରାଣୀ ମହାପାତ୍ର , ଆଶାକର୍ମୀ ରେଣୁବାଳା ରାଣା, ସାହି ସଭାପତି ସରପଞ୍ଚ ନମୁନା ସଂଗ୍ରହ ସମୟରେ ଉପସ୍ଥିତ ଥିଲେ ।






