Friday, July 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆସନ୍ନ ପ୍ରସବା ମହିଳାମାନଙ୍କୁ ହସ୍‌ପିଟାଲ୍‌ ସ୍ଥାନାନ୍ତର ନିର୍ଦ୍ଦେଶ

by ସଞ୍ଜୟ ସ୍ୱାଇଁ
May 22, 2021
in State
ଆସନ୍ନ ପ୍ରସବା ମହିଳାମାନଙ୍କୁ ହସ୍‌ପିଟାଲ୍‌ ସ୍ଥାନାନ୍ତର ନିର୍ଦ୍ଦେଶ
105
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା):ସମ୍ଭାବ୍ୟ ବାତ୍ୟା ‘ୟଶ’ର ପ୍ରଭାବ ଉପକୂଳ ଓଡ଼ିଶାରେ ଅନୁଭୂତ ହେବାର ଆଶଙ୍କା ଥିବାରୁ ବାତ୍ୟାର ମୁକାବିଲା ପାଇଁ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଆଜି ପୂର୍ବାହ୍ନରେ ଅନୁଷ୍ଠିତ ଭର୍ଚୁଆଲ ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ୧୨ଟି ଉପକୂଳବର୍ତ୍ତୀ ଜିଲ୍ଲାରେ ବାତ୍ୟା ପ୍ରସ୍ତୁତିର ସମୀକ୍ଷା କରିବା ସହ ଯେ କୌଣସି ଆପଦକାଳୀନ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଦେଶକ, ସମାଜ କଲ୍ୟାଣ, ଶ୍ରୀ ଅରବିନ୍ଦ ଅଗ୍ରୱାଲ ଡିଏସ୍‌ଡବ୍ଲୁଓ, ସିଡିପିଓ ଏବଂ କ୍ଷେତ୍ର କର୍ମଚାରୀମାନଙ୍କୁ ବାତ୍ୟା ପ୍ରସ୍ତୁତିର ବିଭିନ୍ନ ପଦକ୍ଷେପ ସଂପର୍କରେ ଅବଗତ କରିବା ସହ ଏହାକୁ ମନିଟରିଂ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସମ୍ଭାବ୍ୟ ବାତ୍ୟା ଅଞ୍ଚଳରେ ସମସ୍ତ କୋଭିଡ୍‌ ପ୍ରୋଟୋକଲ ପାଳନ ସହ ଆସନ୍ନପ୍ରସବା ମହିଳାମାନଙ୍କୁ ଆମ୍ଭୁଲାନ୍ସରେ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯିବ । ଅଙ୍ଗନବାଡ଼ି କର୍ମୀମାନେ ବାତ୍ୟା ଆଶ୍ରୟସ୍ଥଳୀ ଓ ରିଲିଫ୍‌ ଶିବିରକୁ ନିୟମିତ ଭାବେ ପରିଦର୍ଶନ କରିବେ । ଗର୍ଭବତୀ, ଆସନ୍ନ ପ୍ରସବା, ଅତିଶୟ ପୁଷ୍ଟିହୀନ ଶିଶୁ, ଅଳ୍ପ ଓଜନବିଶିଷ୍ଟ ଶିଶୁମାନଙ୍କର ଆଶାକର୍ମୀ ଏବଂ ଏଏନ୍‌ଏମ୍‌ମାନଙ୍କ ସହାୟତାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ବାତ୍ୟା ଆଶ୍ରୟ ସ୍ଥଳୀରେ ଘରକୁ ଦିଆଯାଉଥିବା ଶୁଖିଲା ରାସନ୍‌, ଫାଷ୍ଟଏଡ୍‌ ଏବଂ ଔଷଧ କିଟ୍‌ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରଖିବା ସହ ଅଙ୍ଗନବାଡ଼ି କେନ୍ଦ୍ର/ସେ୍ୱଚ୍ଛାସେବୀ ଅନୁଷ୍ଠାନମାନଙ୍କ ଦ୍ୱାରା ପରିଚାଳିତ ଶିଶୁ ଯତ୍ନ ଅନୁଷ୍ଠାନ ସ୍ୱଧାର ଏବଂ ଉଜ୍ଜ୍ୱଳା ଗୃହଗୁଡ଼ିକରେ ମଧ୍ୟ ଏହିସବୁ ସାମଗ୍ରୀ ଉପଲବ୍ଧ ରହିବ । ବାତ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଗର୍ଭବତୀ ଓ ପ୍ରସୂତୀ ମହିଳା ତଥା ଶିଶୁମାନଙ୍କୁ ୨୫ ତାରିଖ ମଧ୍ୟରେ ଶୁଖିଲା ରାସନ୍‌ ଏବଂ ଅଣ୍ଡା ବଣ୍ଟନ କରିବାକୁ ଯଥାସମ୍ଭବ ଉଦ୍ୟମ କରାଯିବ । ଏଥିପାଇଁ ପ୍ରତି ମାସର ୨୩ ତାରିଖରେ ହେଉଥିବା ଛତୁଆ ମିଶ୍ରଣ କାର୍ଯ୍ୟକୁ ଚଳିତ ମାସର ୨୨ ତାରିଖ ଦିନ ଶେଷ କରାଯାଇଛି । ଛତୁଆ ପ୍ରସ୍ତୁତକାରୀ ସଂସ୍ଥାମାନେ ସରକାରଙ୍କ ପକ୍ଷରୁ ସେମାନଙ୍କୁ ଛତୁଆ ପ୍ରସ୍ତୁତି ପାଇଁ ଯୋଗାଇ ଦିଆଯାଉଥିବା କଞ୍ଚାମାଲ ଓ ପ୍ରସ୍ତୁତ ହୋଇଥିବା ଶୁଖିଲା ରାସନ୍‌କୁ ସୁରକ୍ଷିତ ସ୍ଥାନରେ ରଖିବେ । ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ଯଦିଓ ବନ୍ଦ ରହିଛି, କିନ୍ତୁ ଅଙ୍ଗନବାଡ଼ିରେ ଥିବା ଆସବାବପତ୍ର, ରେଜିଷ୍ଟର ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀଗୁଡ଼ିକୁ ସୁରକ୍ଷିତ ରଖିବା ନିମନ୍ତେ ପଦକ୍ଷେପ ନିଆଯିବ । ଶିଶୁମାନଙ୍କ ସୁରକ୍ଷା, ବିଶେଷ କରି ଅନାଥ ଶିଶୁ, ଏକକ ମାତାପିତାଙ୍କ ଶିଶୁ, ଅସହାୟ ମହିଳାମାନଙ୍କର ବାତ୍ୟା ସମୟରେ ଯତ୍ନ ନିଆଯିବ । ବାତ୍ୟା ପ୍ରଭାବିତ ଅଞ୍ଚଳରେ ଥିବା ଶିଶୁ ଯତ୍ନ ଅନୁଷ୍ଠାନ, ସ୍ୱଧାର ଏବଂ ଉଜ୍ଜ୍ୱଳା ଗୃହରେ ରହୁଥିବା ଅନ୍ତେବାସୀମାନେ ବିପଦମୁକ୍ତ କୋଠାବାଡ଼ିରେ ରହିବାକୁ କ୍ଷେତ୍ର ଅଧିକାରୀମାନେ ସୁନିଶ୍ଚିତ କରିବେ । ଖୋଲା ଆଜ୍‌ବେଷ୍ଟସ୍‌/ ଅସୁରକ୍ଷିତ ଗୃହରେ ଯେଭଳି କେହି ନରୁହନ୍ତି ତାହା ତଦାରଖ କରାଯିବ । କୋଭିଡ୍‌-୧୯ର ଅନ୍ୟାନ୍ୟ ସମସ୍ତ ସୁରକ୍ଷା ପ୍ରୋଟୋକଲକୁ ପାଳନ କରିବା ପାଇଁ ମଧ୍ୟ ଅଧିକାରୀ ଓ କ୍ଷେତ୍ର କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆଜିର ଏହି ବୈଠକରେ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ବାତ୍ୟା ପ୍ରସ୍ତୁତିକୁ ବିଶେଷ ଗୁରୁତ୍ୱ ଦିଆଯିବା ସହ ଉପକୂଳବର୍ତ୍ତୀ ଅନ୍ୟ ଜିଲ୍ଲାଗୁଡ଼ିକ ମଧ୍ୟ ସମ୍ଭାବ୍ୟ ବାତ୍ୟା ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!