Monday, August 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କାଉ ଖାଉଛି ଦଶାହ ପିଣ୍ଡ, ମାଲିକ କରୁଛି ରୋଜଗାର, ଠକେଇର ନୂଆ ତରିକା

by ସଞ୍ଜୟ ସ୍ୱାଇଁ
May 22, 2021
in Crime, NATIONAL NEWS
କାଉ ଖାଉଛି ଦଶାହ ପିଣ୍ଡ, ମାଲିକ କରୁଛି ରୋଜଗାର, ଠକେଇର ନୂଆ ତରିକା
620
VIEWS
Share on FacebookShare on Twitter

ନୂଆଦିଲ୍ଲୀ (ବାଘୁଆବାର୍ତ୍ତା): କରୋନା କାଳରେ ଦେଶରେ ତାଲା ବନ୍ଦ ଲାଗି ଜୀବନ ଯାତ୍ରା ଠପ ହୋଇଥିବା ବେଳେ କିଛି ଠକ ରେଜଗାରର ନୂଆ ତରିକା ଅବଲମ୍ବନ କରିଛନ୍ତି । ସାଇବର ଠକେଇଠୁ ଆରମ୍ଭ କରି ଛୋଟମୋଟ ଚୋରି ଡକାୟତି ମଧ୍ୟ ବୃଦ୍ଧି ପାଇଛି । ତାଲାବନ୍ଦ ପାଇଁ ଜୀବିକାରେ ପଡିଯାଇଛି ତାଲା । ହେଲେ କିଛି ଲୋକ ଅଛନ୍ତି ଏହି ତାଲାବନ୍ଦ ରେ ରୋଜଗାରର ନୂଆ ନୂଆ ତରିକା ଆପଣାଇବାରେ ଲାଗିଛନ୍ତି । ଏପରିକି କିଛି ଲୋକ ଅନ୍ଧବିଶ୍ୱାସର ବଶବର୍ତ୍ତୀ ବି ହେଉଛନ୍ତି । ଦଶାହ କର୍ମରେ କାଉଙ୍କୁ ଖାଇବାକୁ ଦେବାର ରୀତିନୀତି ଥିବାରୁ ଲୋକ ଅଜବ ତରିକା ଅପଣାଇଛନ୍ତି । ରାଜଧାନୀରେ ଦିଲ୍ଲୀରେ ଜଣେ ବ୍ୟକ୍ତି ଗୋଟିଏ କାଉର ସାହାଯ୍ୟ ନେଇ ଦୈନିକ ରୋଜଗାର କରୁଛନ୍ତି ପୂଳା ପୂଳା ଟଙ୍କା । ଅର୍ଥାତ ଆମ ହିନ୍ଦୁ ପ୍ରଥା ଅନୁସାରେ ଦଶାହ କାର୍ଯ୍ୟରେ ପିଣ୍ଡ ଦାନ କରାଯାଏ । କିନ୍ତୁ ଆଜିକାଲି କରୋନା ପାଇଁ ସବୁକିଛି ବନ୍ଦ ହୋଇପଡିଛି । ମରିଥିବା ଲୋକର ପିଣ୍ଡଦାନ ହେଉଛି ସତ କିନ୍ତୁ ପିତୃପୁରୁଷଙ୍କ ଆତ୍ମାର ତୃପ୍ତି ପାଇଁ କାଉମାନଙ୍କୁ ଦିଆଯାଇପାରୁନି ଖାଦ୍ୟ । ଫଳରେ ଜଣେ ବ୍ୟକ୍ତି ମସାଣିକୁ କାଉଟିଏ ଆଣି ଭଡା ସୂତ୍ରରେ ପିଣ୍ଡଦାନରେ ନିୟୋଜିତ କରିଛନ୍ତି । କାଉ ଥରୁଟିଏ ଖୁଣ୍ଟିଦେଲେ ଲୋକେ ଭାବୁଛନ୍ତି ପିତୃପୁରୁଷଙ୍କ ମୋକ୍ଷପ୍ରାପ୍ତି ହୋଇଯାଉଛି । ସେପଟେ କାଉ ଥରେ ଖାଇଲେ ପଇସା ବି ବଢ଼ିଆ ମିଳୁଛି । ଏଭଳି ସୁଯୋଗ ଛାଡିବ ବା କିଏ । ଏହାରି ଫାଇଦା କାଉ ରଖିଥିବା ମାଲିକ ବି ବସି ବସି ବେଶ ଦୁଇ ପଇସା ଲାଭ କରୁଛି । ସୋସିଆଲ ମିଡିଆରେ ଭାଇରାଲ ହେଉଛି ରାଜଧାନୀ ଦିଲ୍ଲୀର ଏହି ଭିଡିଓ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!