ନୟାଗଡ଼,(ବାଘୁଆବାର୍ତ୍ତା): କରୋନା ମହାମାରୀ ସମୟରେ କଟକଣାକୁ ନମାନି ଗତକାଲି ବିଭିନ୍ନ ସ୍ଥାନରେ ଭୋଜି ଆୟୋଜନ ହୋଇଥିଲା । ନୟାଗଡ଼ ତହସିଲଦାର ଭିକାରୀ ସାହୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ମୋଟ ୭୮ ହଜାର ଟଙ୍କା ଜୋରିମାନା ଆଦାୟ କରିଥିବା ସୂଚନା ମିଳିଛି । କ୍ରିଦାଶପୁର ଗ୍ରାମର ଏକ ବାହାଘର ଭୋଜି ଆୟୋଜନ ହୋଇଥିବା ବେଳେ ସେଠାରେ ଏକ ହଜାରରୁ ଉଦ୍ଧ୍ୱର୍ ଲୋକଙ୍କ ପାଇଁ ଭୋଜି କରାଯାଇଥିଲା । ବିଶେଷ ସୁତ୍ରରୁ ଖବରପାଇ ନୟାଗଡ଼ ତହସିଲଦାର, ସଦରଥାନା ଅଧିକାରୀ ଦିପକ ଖଣ୍ଡାୟତରାୟ ସଦଳବଳେ ଚଢ଼ାଉ କରିଥିଲେ । ରନ୍ଧା ହୋଇଥିବା ଭୋଜିକୁ ପୈାର କର୍ମଚାରୀଙ୍କ ସହାୟତାରେ ଜବତ କରାଯାଇଥିବା ବେଳେ ବାହାଘର ଆୟୋଜନ କରିଥିବା ବ୍ୟକ୍ତିଙ୍କଠାରୁ ୩୦ ହଜାର ଜୋରିମାନା ଆଦାୟ କରିଛନ୍ତି । ସେହିଭଳି ଭାବେ ରାତିରେ କାଳିକାପ୍ରସାଦ ଗ୍ରାମରେ ଭୋଜିଭାତ ଚାଲିଥିବା ଖବରପାଇ ଏହି ଟିମ ଚଢ଼ାଉ କରିଥିଲା । ସେଠାରୁ ଜଣେ ବ୍ୟକ୍ତିଙ୍କଠାରୁ ୨୬ ହଜାର ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କଠାରୁ ୨୨ ହଜାର ଜୋରିମାନା ଆଦାୟ କରଯାଇଛି । ଆଗାମୀ ଦିନରେ କୈାଣସି ସ୍ଥାନରେ କରୋନା କଟକଣାକୁ ଭାଙ୍ଗି ଭୋଜି କାର୍ଯ୍ୟ କଲେ କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରିବାକୁ ତହସିଲଦାର ସୂଚନା ଦେଇଛନ୍ତି ।






