ନୂଆଦିଲ୍ଲୀ (ବାଘୁଆବାର୍ତ୍ତା): କରୋନା ସମୟରେ ଟେନିସ ଖେଳାଳୀ ସାନିଆ ମିର୍ଜାଙ୍କୁ ତାଙ୍କ ଦୁଇ ବର୍ଷ ପୁଅର ଟେନସନ ବଢ଼ିଛି । ଭାରତୀୟ ଟେନିସ ଖେଳାଳି ସାନିଆ ମିର୍ଜାଙ୍କ ଦୁଇ ବର୍ଷର ପୁଅ ଇଜହାନ ମିର୍ଜା ମଲିକଙ୍କ ଭିସା ଉପରେ ବ୍ରିଟିଶ ସରକାର ବିଚାର କରୁଛନ୍ତି । ସାନିଆଙ୍କୁ ଏକ ମାସ ପାଇଁ ବ୍ରିଟେନ ଯିବାକୁ ପଡିବ, ଏଥିପାଇଁ ସେ ସଫା ସଫା କହିଦେଇଛନ୍ତି ଯେ ସେ ତାଙ୍କ ପୁଅ ବିନା ଯାତ୍ରା କରିବେ ନାହିଁ । ଏହା ପରେ କ୍ରୀଡା ମନ୍ତ୍ରଣାଳୟ ବ୍ରିଟେନ ସରକାରଙ୍କ ସହ ସାନିଆ ମିର୍ଜାଙ୍କ ପୁଅ- ପାଇଁ ଭିସା ମାଗିଥିଲେ । ଏକ ଖବର ଅନୁଯାୟୀ ଗୋଯିଏ ଦିନ ପରେ ବ୍ରିଟିଶ ହାଇ କମିଶନଙ୍କ ମୁଖପାତ୍ର ସୂଚନା ଦେଇଛନ୍ତି ଯେ ଏହି ମାମଲା ଉପରେ ବିଚାର ଚାଲିଛି । ଦେଶରେ କରୋନାର ଦ୍ୱିତୀୟ ଲହର ବୃଦ୍ଧି ପାଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ବ୍ରିଟେନ ସରକାର ଭାରତକୁ ରେଡ ଲିଷ୍ଟରେ ରଖିଛନ୍ତି । ଭାରତରୁ ବ୍ରିଟେନକୁ ଯାଉଥିବା ସମସ୍ତ ଯାତ୍ରୀଙ୍କୁ କ୍ୱାରେଣ୍ଟାଇନ ଏବଂ ଅନେକ ଟେଷ୍ଟ କରିବାକୁ ପଡିବ । ବୁଧବାର ଦିନ କ୍ରୀଡା ମନ୍ତ୍ରଣାଳୟ ସାନିଆଙ୍କ ପୁଅ ଏବଂ ତାଙ୍କ କେୟାରଟେକରର ଭିସା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସହିତ ହସ୍ତକ୍ଷେପ କରିବାକୁ ଦାବି କରିଥିଲେ । ମନ୍ତ୍ରଣାଳୟ ଏକ ବୟାନରେ କହିଛି ଯେ, କ୍ରୀଡା ମନ୍ତ୍ରଣାଳୟର ଟାର୍ଗେଟ ଅଲିମ୍ପିକ ପୋଡିୟମର ଅଂଶ ସାନିଆ ତାଙ୍କ ମନ୍ତ୍ରଣାଳୟ ନିକଟକୁ ଯାଇ ତାଙ୍କ ପୁଅ ଏବଂ ତାଙ୍କ କେୟାରଟେକରଙ୍କ ଭିସା ପାଇଁ ସାହାଯ୍ୟ ମାଗିଥିଲେ । ସେ କହିଥିଲେ ଯେ ତାଙ୍କର ଦୁଇ ବର୍ଷର ପୁଅକୁ ଛାଡି ସେ ଏକ ମାସ ପାଇଁ ବ୍ରିଟେନ ଯିବେ ନାହିଁ । ଟୋକିଓ ଅଲମ୍ପିକ୍ସ ପୂର୍ବରୁ ଆଶା କରାଯାଉଛି କି ସାନିଆ ଜୁନରେ ଇଂଲଣ୍ଡରେ ଏକ ଗ୍ରାସ କୋର୍ଟ ଟୁର୍ନାମେଣ୍ଟ ଖେଳିବେ ।






