Friday, July 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଇସ୍ତଫା ଦେଲେ ଟିଏମସି ବିଧାୟକ, ମମତାଙ୍କ ପାଇଁ ବାଟ ଖୋଲିଲାକି!

by ସଞ୍ଜୟ ସ୍ୱାଇଁ
May 21, 2021
in NATIONAL NEWS, Politics
ଇସ୍ତଫା ଦେଲେ ଟିଏମସି ବିଧାୟକ, ମମତାଙ୍କ ପାଇଁ ବାଟ ଖୋଲିଲାକି!
455
VIEWS
Share on FacebookShare on Twitter

ଭୁବନେଶ୍ୱର (ବାଘୁଆବାର୍ତ୍ତା): ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ନନ୍ଦୀଗ୍ରାମରୁ ବିଧାୟକ ପ୍ରାର୍ଥୀ ହୋଇଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ପରାଜିତ ହୋଇଥିଲେ । ହେଲେ ସେ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ତାଙ୍କୁ ବିଧାୟକ ଭାବେ ନିର୍ବାଚିତ ହେବାକୁ ପଡିବ । ହେଲେ ଭବାନୀପୁରରୁ ବିଧାୟକ ଭାବେ ଜିତିଥିବା ଟିଏମସି ନେତା ଶୋଭନ ଦେବ ଆଜି ବିଧାୟକ ପଦରୁ ଇସ୍ତଫା ଦେବା ପରେ ମମତା ବାନାର୍ଜୀଙ୍କର ଭବାନୀପୁର ଆସନରୁ ପ୍ରାର୍ଥୀ ହେବା ନେଇ ଅନୁମାନ କରାଯାଉଛି । ଭବାନୀପୁର ମମତା ବାନାର୍ଜୀଙ୍କର ପାରମ୍ପରିକ ଆସନ । ସେପଟେ ଆଇନ ମୁତାବକ ୬ ମାସ ମଧ୍ୟରେ ତାଙ୍କୁ ନିର୍ବାଚନ ଜିତି ବିଧାନସଭା ସଦସ୍ୟ ହେବାକୁ ପଡିବ । ଅନ୍ୟପଟେ ଆଜି ଇସ୍ତଫା ଦେବା ପରେ ଶୋଭନ ଦେବ କହିଛନ୍ତି କି ମମତା ବାନାର୍ଜୀଙ୍କୁ ୬ ମାସ ମଧ୍ୟରେ ରାଜ୍ୟର ଯେ କୌଣସି ଆସନରୁ ଜିତି ବିଧାନସଭାର ସଦସ୍ୟ ହେବାକୁ ପଡିବ । ଏପଟେ ତାଙ୍କ ଆସନରୁ ପ୍ରତିଦ୍ୱନ୍ଦିତା କରି ମୁଁ ବିଜୟୀ ହୋଇଥିଲି । ‘ମୁଁ ଏଥିପାଇଁ ଇସ୍ତଫା ଦେଉଛି କି, ଦିଦି ସହଜେରେ ବିଧାନସଭା ନିର୍ବାଚନ ଜିତନ୍ତୁ ଓ ମୁଖ୍ୟମନ୍ତ୍ରୀ ଭାବେ ପଶ୍ଚିମବଙ୍ଗବାସୀଙ୍କ ସେବା କରନ୍ତୁ’ କେବଳ ଚଳିତ ନିର୍ବାଚନ ନୁହେଁ, ୨୦୧୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବେଳେ ବି ସମାନ ସ୍ଥିତି ଦେଖିବାକୁ ମିଳିଥିଲା । ଭବାନୀପୁର ଆସନରୁ ତୃଣମୂଳ କଂଗ୍ରେସ ଟିକେଟରୁ ସୁବ୍ରତ ବକ୍ସି ନିର୍ବାଚିତ ହୋଇଥିଲେ । ହେଲେ ସେ ଇସ୍ତଫା ଦେଇଥିଲେ । ତା ପରେ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ଥାଇ ଭବାନୀପୁର ଆସନରୁ ନିର୍ବାଚନ ଲଢ଼ି ବିଧାନସଭାର ସଦସ୍ୟ ହୋଇଥିଲେ । ଧାରା ୧୬୪ ମୁତାବକ ‘ଜଣେ ମନ୍ତ୍ରୀ ଯିଏ କି ଲଗାତାର ଭାବେ ୬ ମାସ ଯାଏ ରାଜ୍ୟ ବିଧାନସଭାର ସଦସ୍ୟ ନହୋଇ ବି ମନ୍ତ୍ରୀ ପଦରେ ରହିପାରିବ । ମାତ୍ର ୬ ମାସ ଅତିକ୍ରମ କରିବା ପରେ ସେ ଯଦି ବିଧାନସଭାର ନିର୍ବାଚିତ ସଦସ୍ୟ ହୋଇ ନପାରନ୍ତି ତେବେ ତାଙ୍କ ମନ୍ତ୍ରୀ ପଦ ଚାଲିଯିବ’ । ଏହାସହ ପଶ୍ଚିମବଙ୍ଗରେ ବିଧାନପରିଷଦ ନଥିବାରୁ ମମତା ବାନାର୍ଜୀଙ୍କୁ କୌଣସି ବି ଆସନରୁ ନିର୍ବାଚନ ଲଢ଼ି ୬ ମାସ ମଧ୍ୟରେ ବିଧାନସଭା ସଦସ୍ୟ ହେବାକୁ ପଡିବ । ତେଣୁ ସେ ଭବାନୀପୁର ଆସନରୁ ନିର୍ବାଚନ ଲଢ଼ିପାରନ୍ତି ବୋଲି ଅନୁମାନ କରାଯାଉଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!