ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଭାବି ସମୁଦିଙ୍କୁ ମହାମାରୀ କରୋନା ସଂକ୍ରମଣ କରିଛି । ଦୁଇ ସମୁଦି ଜେଲରେ ଥିବା ବେଳେ ଆଜି ଉଭୟ ମହାମାରୀ କରୋନାରେ ସଂକ୍ରମିତ ହୋଇଥିବା ଚିହ୍ନଟ ହୋଇଛି । ଏହି ଦୁଇ ଭାବି ସମୁଦି ହେଳେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ପୂର୍ବତନ ଆଇଏଫଏସ୍ ଅଧିକାରୀ ଅଭୟ ପାଠକ । ଉଭୟ ଭାବି ସମୁଦିଙ୍କ ସଂକ୍ରମଣ ଚିହ୍ନଟ ହେବା ପରେ ସେମାନଙ୍କୁ ଆଇସୋଲେସନରେ ରହି ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା ନେଇ ଜେଲ୍ କତ୍ତୃପକ୍ଷ ସୂଚନା ଦେଇଛନ୍ତି । ଉଭୟ ସମୁଦି ଠକେଇ ଅଭିଯୋଗରେ ଝାରପଡ଼ା ଜେଲରେ ବିଚାରାଧିନ କଏଦୀ ଭାବେ ଦିନ କାଟୁଛନ୍ତି । ଝାରପଡା ଜେଲରେ ଥିବା ଅନ୍ତେବାସୀଙ୍କର କୋଭିଡ୍-୧୯ ଟେଷ୍ଟ କରାଯାଇଥିବା ବେଳେ ୯୬ଜଣଙ୍କର କରୋନା ପଜେଟିଭ୍ ଚିହ୍ନଟ ହୋଇଥିଲା । ଭାବି ସମୁଦିଙ୍କର ଥଣ୍ଡା ଓ ଜ୍ଜ୍ୱର ହୋଇଥିଲା । ବର୍ତ୍ତମାନ ସେମାନେ ଆଇସୋଲେସନରେ ରହି ଚିକିତ୍ସିତ ହେଉଛନ୍ତି । ଯଦି ଆଗାମୀ ଦିନରେ ସ୍ୱାସ୍ଥ୍ୟବସ୍ଥାରେ ଅବନତି ଘଟେ ତେବେ ସେମାନଙ୍କୁ କୋଭିଡ୍ ହସ୍ପିଟାଲକୁ ପଠାଇ ଦିଆଯିବ ବୋଲି ଜେଲ କତ୍ତୃପକ୍ଷଙ୍କ ପକ୍ଷରୁ ଜଣାପଡିଛି ।






