ଗଞ୍ଜାମ (ବାଘୁଆବାର୍ତ୍ତା): ବଢୁଛି ସଂକ୍ରମଣ । ହେଲେ କଟକଣା ମାନୁନାହାନ୍ତି ଲୋକେ । ସରକାରଙ୍କ ନିୟମକୁ ବେଖାତିର କରି ଗାଁରେ ହେଉଛି ବାହାଘର ଭୋଜିର ଆୟୋଜନ । ପୂର୍ବରୁ ୫୦ ଜଣଙ୍କ ସରକାର ବିବାହ ପାଇଁ ଅନୁମତି ଦେଇଥିôବା ବେଳେ ଏବେ ୨୫ ଜଣ ଉପସ୍ଥିତି ରହିବା ନେଇ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ଅମାନିଆ କଟକଣାକୁ ମାନୁନଥିବା ଦେଖିବାକୁ ମିଳିଛି । ଗଂଜାମ ହିଂଜିଳିକାଟୁ ବ୍ଳକ ପି ଗୋପୀନାଥପୁର କଲ୍ୟାଣ ମଣ୍ଡପରେ ଗଗନଙ୍କ ବାହାଘର ଚାଲିଥିବା ବେଳେ ହଜାରେ ଲୋକଙ୍କ ପାଇଁ ହୋଇଥିଲା ଭୋଜିର ଆୟୋଜନ ହୋଇଥିଲା । ଖବର ପାଇ ହିଂଜିଳିକାଟୁ ବିଡିଓ ସୁବ୍ରତ କୁମାର ଜେନା ଓ ଥାନା ଅଧିକାରୀ ଅଭିମନ୍ୟୁ ଦାସ ଚଢ଼ାଉ କରିଥିଲେ । ଜୋରିମାନା ଆଦାୟ କରିବା ସହ ରନ୍ଧା ଯାଇଥିବା ଖାଦ୍ୟ ସାମଗ୍ରୀକୁ ଗାଁରେ ବଣ୍ଟନ କରାଯାଇଥିଲା ।






