Friday, July 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଜେପିକୁ ପୁଣି ଅଡୁଆ, ସମ୍ବିତଙ୍କ ଟ୍ୱିଟରକୁ ଛାଟ, କରିଥିଲେ ‘ହେରଫେର’

by ସଞ୍ଜୟ ସ୍ୱାଇଁ
May 21, 2021
in NATIONAL NEWS, Politics
ବିଜେପିକୁ ପୁଣି ଅଡୁଆ, ସମ୍ବିତଙ୍କ ଟ୍ୱିଟରକୁ ଛାଟ, କରିଥିଲେ ‘ହେରଫେର’
976
VIEWS
Share on FacebookShare on Twitter

ନୂଆଦିଲ୍ଲୀ (ବାଘୁଆବାର୍ତ୍ତା): କରୋନା ମହାମାରୀ ବେଳେ ଯେଉଁ ତଥାକଥିତ ଟୁଲକିଟକୁ ନେଇ କଂଗ୍ରେସ ଓ ବିଜେପି ମଧ୍ୟରେ ବାକଯୁଦ୍ଧ ଚାଲିଛି, ତା’ଉପରେ ଆଜି ଟ୍ୱିଟର ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବିଜେପିର ଜାତୀୟ ମୁଖପାତ୍ର ସମ୍ବିତପାତ୍ର ଉକ୍ତ ଟୁଲକିଟ କଂଗ୍ରେସ ଜାରି କରିଥିବା କହି ଟ୍ୱିଟ କରିଥିଲେ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସରକାରଙ୍କୁ ବଦନାମ କରିବା ପାଇଁ କଂଗ୍ରେସ ଷଡଯନ୍ତ୍ର କରୁଥିବା କଥା ଉଲ୍ଲେଖ ଥିବା ସମ୍ବିତ ଦାବି କରିଥିଲେ । ତେବେ ଟ୍ୱିଟରେ ଆଜି ସମ୍ବିତଙ୍କ ଟ୍ୱିଟ ଉପରେ ଆକ୍ସନ ନେଇଛି । ସମ୍ବିତ ପାତ୍ର କରିଥିବା ତଥାକଥିତ ଟୁଲକିଟ ଟ୍ୱିଟକୁ ସଂସ୍ଥା ପକ୍ଷରୁ ମ୍ୟାନୁପଲେଟେଡ ମିଡିଆ ବା ହେରଫେର କଣ୍ଟେଣ୍ଟ ବୋଲି କୁହାଯାଇଛି । ସମ୍ବିତ କରିଥିବା ଟ୍ୱିଟ ତଳେ ଏହି ଟ୍ୟାଗକୁ ଯୋଡା ଯାଇଛି । ସମ୍ବିତଙ୍କ ଟ୍ୱିଟ ଉପରେ ହେରଫେଲ ଟ୍ୟାଗ ଟ୍ୱିଟର ଲଗାଇବା ପରେ ଏହା ବିଜେପି ପାଇଁ ଶକ୍ତ ଧକ୍କା ହୋଇଛି । କାରଣ ଏହି ତଥାକଥିତ ଟୁଲକିଟ ଜରିଆରେ ଦଳ କଂଗ୍ରେସକୁ ଘେରିବା ପଇଁ ଉଦ୍ୟମ କରିଥିଲା । କଂଗ୍ରେସ ଏହାକୁ ବିଜେପିର ଷଡଯନ୍ତ୍ର ଓ ଦଳର ନକଲି ଲେଟରହେଡ ବ୍ୟବହାର କରି ବିଜେପି ନିଜେ ଏହାକୁ ପ୍ରସ୍ତୁତ କରିଛି ବୋଲି କହିଥିଲା । ଏଥି ସହ ଟ୍ୱଟରକୁ ବିଜେପି ନେତାମାନେ ଟୁଲକିଟ ସଂକ୍ରାନ୍ତରେ କରିଥିବା ଟ୍ୱିଟକୁ ହଟାଇବାକୁ ଦାବି କରାଯାଇଥିଲା । ଟ୍ୱିଟରର ନିୟମ ଅନୁଯାୟୀ, ଯଦି ଆପଣ କୌଣସି ବିଷୟବସ୍ତୁ ଉପରେ ସୂଚନା ଦେବାକୁ ଟ୍ୱଟ କରିଛନ୍ତି, କିନ୍ତୁ ଏହାର ଉତ୍ସ ନିର୍ଭରଯୋଗ୍ୟ ସୂତ୍ରରୁ ମିଳିନାହିଁ କିମ୍ବା ଏହା ଭୁଲ, ତା’ହେଲେ ଏଭଳି ଟ୍ୱିଟ, ଫଟୋ, ଭିଡିଓ ଉପରେ କମ୍ପାନୀ ଏପରି ମ୍ୟାନୁପଲେଟେଡ ଟ୍ୟାଗ ଲଗାଇ ଥାଏ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!