ନୟାଗଡ଼ରୁ ୫, ଗଣିଆରୁ ୨, ଓଡ଼ଗାଁ ୧, ରଣପୁର ୧
ନୟାଗଡ଼,(ବାଘୁଆବାର୍ତ୍ତା): କରୋନା ମହାମାରୀ ଏଭଳି ସ୍ଥିତି ସୃଷ୍ଟି କରି ଯେ, ପ୍ରଶାସନ ପ୍ରତ୍ୟେକ ଦିନ କିଛି ନା କିଛି ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରୁଛି । ଆଜି ନୟାଗଡ଼ ବ୍ଲକର ୫ଟି ଏବଂ ଗଣିଆ ବ୍ଲକର ୨ଟି ଅଞ୍ଚଳ, ଓଡ଼ଗାଁ ଓ ରଣପୁରର ଗୋଟିଏ ଲେଖାଁଏ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି । ନୟାଗଡ଼ ତହସିଲଦାର ଭିକାରୀ ସାହୁ, ବିରୁଡ଼ା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସାମନାରେ ଥିବା ଉପରସାହିକୁ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରିଛନ୍ତି । ଆଜିଠାରୁ ଅନିଦ୍ଧିଦ୍ଧ କାଳ ପର୍ଯ୍ୟନ୍ତ ଏହାକୁ ଲାଗୁ କରାଯାଇଛି । ସେହିଭଳି ଭାବେ ନୟାଗଡ଼ ବ୍ଲକ ବାଉଁଶିଆପଡ଼ା ପଞ୍ଚାୟତର ପୁରୁଷୋତ୍ତମପୁର ଗାଁର ତଳସାହି, ବଡ଼ପଣ୍ଡୁସର ଗ୍ରାମ ପଞ୍ଚାୟତ ସଡ଼କସାହି, ଗମ୍ଭାରିଡିହି ପଞ୍ଚାୟତ ଫାସିପଡ଼ା, କ୍ରିଦାଶପୁର ପଞ୍ଚାୟତର ମାଳତିପୁର ଗ୍ରାମକୁ ଆଜି ଦିନ ୧୦ଟାରୁ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି । ଗଣିଆ ବ୍ଲକ ରାସଙ୍ଗ ପଞ୍ଚାୟତ କାଦୁଆ ଗ୍ରାମ ନିସିଦ୍ଧାଞ୍ଚଳ ନିର୍ଦ୍ଦେଶକୁ ୪ ଦିନ ବଢ଼ା ଯାଇଛି । ୨୫ ତାରିଖ ପର୍ଯ୍ୟନ୍ତ ନିର୍ଦ୍ଦେଶ ବୃଦ୍ଧି କରାଯାଇଛି । ସେହିଭଳି ରାସଙ୍ଗ ପଞ୍ଚାୟତର ଗୋଚ୍ଛାବାରୀ ବସନ୍ତପୁର ଗ୍ରାମକୁ ଆଜିଠାରୁ ୨୮ ତାରିଖ ପର୍ଯ୍ୟନ୍ତ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି । ଏହି ସମସ୍ତ ଅଞ୍ଚଳକୁ କୋଭିଡ ନିୟମନୁସାରେ ବିଶୋଧନ କରାଯିବ ସହ ପରୀକ୍ଷା ମଧ୍ୟ କରାଯିବ । ସେହିଭଳି ଭାବେ ରଣପୁର ବ୍ଲକ ମଝିଆଖଣ୍ଡ ଉତ୍ତର ଓ ଦକ୍ଷୀଣ ପାଶ୍ୱର୍କୁ ଅତିରିକ୍ତ ତହସିଲଦାର ଅଶୋକ ପଟ୍ଟନାୟକ ନିଷିଦ୍ଧାଞ୍ଚଳ ଘୋଷଣା କରିଛନ୍ତି । ସେହିଭଳି ଓଡ଼ଗାଁ ତହସିଲଦାର ବିଜୟିତା ସାମନ୍ତ ସିଂହାର ଗୋଡ଼ିପଡ଼ା ତଳସାହିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି । ଓଡ଼ଗାଁର କୋରପିଠା ପଞ୍ଚାୟତ କୋରପିଠା ଗ୍ରାମରୁ କଣ୍ଟେନମେଣ୍ଟ ହଟାଇ ଦିଆଯାଇଛି ।






