Thursday, July 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୁଲିସ ଧରୁଛି ; ଅବକାରୀ ବିଭାଗ ଶୋଇଛି !

by ସଞ୍ଜୟ ସ୍ୱାଇଁ
May 21, 2021
in Nayagarh
ପୁଲିସ ଧରୁଛି ; ଅବକାରୀ ବିଭାଗ ଶୋଇଛି !
452
VIEWS
Share on FacebookShare on Twitter

ଲକଡାଉନରେ ମଦ କଳାବଜାରୀ

ନୟାଗଡ଼,(ବାଘୁଆବାର୍ତ୍ତା): କରୋନା ମହାମାରୀ ପାଇଁ ଲକଡାଉନ ଲାଗୁ କରାଯାଇଥିବା ବେଳେ ମଦ ବେପାରୀଙ୍କ ପାଇଁ ଏହା ସୁବର୍ଣ୍ଣ ସୁଯୋଗ ପାଲଟି ଯାଇଛି । ସରକାର ମଦକୁ ହୋମ ଡେଲିଭରି ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ହୋମ ଡେଲିଭରୀ କମ ଏବଂ କଳାବଜାରୀ ଅଧିକ ଚାଲିଛି । ନିକଟରେ ଜିଲ୍ଲାର ମଦ ଦୋକାନ ସବୁ ବହୁ ବ୍ୟୟରେ ନିଲାମ ନେଇଥିବା ବ୍ୟବସାୟୀମାନେ ଧୁମ କଳାବଜାରୀକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହେଉଛି । ଦୋକାନ ମଦକୁ ଢାବା, ହୋଟେଲ ଏବଂ ଛୋଟ ବେପାରୀ ଜରିଆରେ ଅଧିକ ଲାଭରେ ବିକ୍ରି କରୁଥିବା ଅଭିଯୋଗ ହେଉଛି । ଗତ କିଛିଦିନର ଘଟଣାକୁ ଦେଖିଲେ ଜିଲ୍ଲା ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ମଦ ଏବଂ ବ୍ରାଉନସୁଗାର ଜବତ କରିବା ସହ ଅନେକ ବ୍ୟକ୍ତିଙ୍କୁ ଗିରଫ କରିଛି । ମାତ୍ର ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ଅବକାରୀ ବିଭାଗ ନାହିରେ ତୈଳ ଢାଳି ଶୋଇଥିବା ଅଭିଯୋଗ ହେଉଛି । ଜିଲ୍ଲାରେ ବେଆଇନ ନିଶା କାରବାର ଉପରେ ପୁଲିସ ଏବଂ କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗ ଚଢ଼ାଉ କରୁଥିବା ବେଳେ ଜିଲ୍ଲା ଅବକାରୀ ବିଭାଗ କେତେଟା ବେଆଇନ ନିଶା କାରବାର ଉପରେ ରୋକ ଲଗାଇଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅବକାରୀ ବିଭାଗ ବେଆଇନ ନିଶା କାରବାରର ଠିକଣା ପାଉନି, ନାଁ ଜାଣି ଶୁଣି ଠିକଣା ଜାଗାରେ ହାତ ମାରୁନି? ଜିଲ୍ଲା ଅବକାରୀ ଅଧିକ୍ଷକ କରୁଛନ୍ତି କଣ? ଅବକାରୀ ସ୍ୱାର୍ଡ଼ ଏବଂ ଅବକାରୀ ଥାନା କେତେ ମାମଲା କରୁଛି, ସେ ନେଇ ଜିଲ୍ଲାବାସୀଙ୍କୁ କାହିଁକି ଅନ୍ଧାରରେ ରଖା ଯାଉଛି । କୈାଣସି ସମୟରେ ସାଧାରଣ ଜନତାଙ୍କ ଉଦ୍ଦେଶ୍ୟରେ ଅବକାରୀ ଅଧିକ୍ଷକ ରୁଜୁ ହେଉଥିବା ମାମଲା ଏବଂ ଗିରଫ ହେଉଥିବା ଅପରାଧିଙ୍କ ସମ୍ପର୍କରେ ସୂଚନା ଦେଉନାହାନ୍ତି । ଏହା ପଛର କାରଣ କଣ? ମଦ ମାଫିଆଙ୍କ ସହ ଦୋସ୍ତି ପାଇଁ ଅବକାରି ବିଭାଗର ସବୁ ଲୁଚାଛପାରେ ସବୁ କାରବାର କରୁଥିବା ଅଭିଯୋଗ ହେଉଛି । ଜିଲ୍ଲାପାଳ ଏଦିଗରେ ଦୃଷ୍ଟି ନଦେଲେ ନିଶା ମାଫିଆଙ୍କ ଦୈାରାମ୍ୟ ବଢ଼ିବା ସହ ଯୁବ ପୀଢ଼ି ଖରାପ ରାସ୍ତାକୁ ଛାଡ଼ି ପାରିବେ ନାହିଁ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!