ଭୁବନେଶ୍ୱର (ବାଘୁଆବାର୍ତ୍ତା): ଓଡିଶାର ମହିଳା ଆଇଏମ ପଦ୍ମିନୀ ରାଉତ ଜୁଲାଇ ମାସରେ ଆୟୋଜିତ ହେବାକୁ ଥିବା ଫିଡେ ମହିଳା ବିଶ୍ୱକପ ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ୨୦୧୮ରେ ସେ ଏସିଆନ ଚାମ୍ପିଅନ ହୋଇଥିଲେ । ଏସିଆ ମହାଦେଶରୁ ୧୨ ଜଣ ରହିଛନ୍ତି । ସେମାନଙ୍କ ମଧ୍ୟରେ ଭାରତରୁ ପଦ୍ମିନୀ ଓ ଆଇଏମ ଭକ୍ତି କଉଲକର୍ଣ୍ଣି ରହିଛନ୍ତି । ସେମିତି ରେଟିଂ ପଏଣ୍ଟ ଅନୁସାରେ ଭାରତରୁ ଜିଏମ ହମ୍ପି କୋନେରୁ ଓ ଜିଏମ ହାରିକା ଡ୍ରୋନାଭାଲି ମଧ୍ୟ ବିଶ୍ୱକପକୁ ଯୋଗ୍ୟତା ଲାଭ କରିଛନ୍ତି । ରୁଷିଆର ସୋଚିରେ ବିଶ୍ୱକପ ଜୁଲାଇ ୧୦ରୁ ଆରମ୍ଭ ହୋଇ ଅଗଷ୍ଟ ୩ ତାରିଖ ଯାଏ ଚାଲିବ ।






