Thursday, September 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କରୋନାରେ ଦୁଇମାସ କୋମାରେ ରହିଲେ ଡାକ୍ତର, ଦୃଢ଼ ଇଛା ଶକ୍ତି ଲାଗି ସୁସ୍ଥ ହେଲେ

by ସଞ୍ଜୟ ସ୍ୱାଇଁ
May 21, 2021
in Health, NATIONAL NEWS
କରୋନାରେ ଦୁଇମାସ କୋମାରେ ରହିଲେ ଡାକ୍ତର, ଦୃଢ଼ ଇଛା ଶକ୍ତି ଲାଗି ସୁସ୍ଥ ହେଲେ
193
VIEWS
Share on FacebookShare on Twitter

ନୂଆଦିଲ୍ଲୀ (ବାଘୁଆବାର୍ତ୍ତା): ଦୃଢ଼ ଇଚ୍ଛା ଶକ୍ତି ଓ ଉପଯୁକ୍ତ ଚିକିତ୍ସା ମିଳିପାରେ ଯେ କୌଣସି ଗୁରୁତର ଲୋକ ମଧ୍ୟ କରୋନାକୁ ମାତ ଦେଇପାରିବ । କରୋନା ଯେତେ ଭୟଙ୍କର ହେଲେ ମଧ୍ୟ ସତର୍କ ରହିଲେ ଓ ଭୟଭୀତ ନ ହେଲେ ଏଥିରୁ ମୁକ୍ତି ମିଳିପାରିବ ବୋଲି ୪୦ ବର୍ଷୀୟ ମହିଳା ଡାକ୍ତର ପ୍ରମାଣ କରି ଦେଖାଇଛନ୍ତି । ଏହି ଡାକ୍ତର ଜଣଙ୍କ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କ ଫୁସଫୁସ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଏପରିକି ସେ କୋମାକୁ ମଧ୍ୟ ଚାଲି ଯାଇଥିଲେ । ହେଲେ ଦୀର୍ଘ ୨ ମାସର ଅକ୍ଳାନ୍ତ ପରିଶ୍ରମ ଓ ଦୃଢ଼ ମନୋବଳ ଯୋଗୁ ସେ ପୁଣି ଜୀବିତ ଅବସ୍ଥାରେ ନିଜ ଘରକୁ ଫେରିଛନ୍ତି । ଏବେ ସେ ଜଣେ ସାଧାରଣ ଲୋକଙ୍କ ଭଳି କାମ ମଧ୍ୟ କରିବା ଆରମ୍ଭ କରିଛନ୍ତି । ଆମେ ଏଠାରେ ବ୍ରିଟେନରେ ଅବସ୍ଥାପିତ ଭାରତୀୟ ବଂଶୋଭବ ମହିଳା ଡାକ୍ତର ଅନୁଶା ଗୁପ୍ତାଙ୍କ କଥା କହୁଛୁ । ସେ କୋମାକୁ ଯିବା ପୂର୍ବରୁ ନିଜ ପରିବାର ଲୋକଙ୍କୁ ଆଗରୁ ଗୁଡବାଏ କହି ସାରିଥିଲେ । ତାଙ୍କୁ ପ୍ରଥମେ ଆଇସିୟୁରେ ରଖାଯାଇଥିଲା ପରେ ସେ ଭେଣ୍ଟିଲେଟରକୁ ଯାଇଥିଲେ । ଶେଷରେ ତାଙ୍କୁ ସବୁଠାରୁ ଉନ୍ନତ ଧରଣର ଚିକିତ୍ସା ସୁବିଧା ମିଳୁଥିବା (ଇସିଏମଓ)ରେ ଭର୍ତ୍ତି କରାଯାଇଥିଲା । ଇସିଏମଓରେ ସେ ୩୫ ଦିନ କାଳ ରହିଥିଲେ । ଦୀର୍ଘ ଦୁଇ ମାସ ଧରି କୋମାରେ ରହିଥିବା ଡାକ୍ତର ଅନୁଶା ଏବେ କହିଛନ୍ତି, ମୋ ପରିବାର ଲୋକଙ୍କ ପ୍ରାର୍ଥନା ମୋତେ ମୃତ୍ୟୁ ମୁହଁରୁ ଫେରାଇ ଆଣିଛନ୍ତି । ମୋ ସ୍ୱାମୀ, ମୋ ଝିଅ ଓ ଅନ୍ୟମାନେ ପ୍ରତିଟି ପର୍ଯ୍ୟାୟରେ ମୋ ସହ ରହି ଆସିଛନ୍ତି । କରୋନାରେ ଆକ୍ରାନ୍ତ ହୋଇ ମୁଁ ପ୍ରାୟ ୧୫୦ ଦିନ ମାଞ୍ଚେଷ୍ଟର ସ୍ଥିତ ହସ୍ପିଟାଲରେ ରହିଛି । ଶେଷରେ ମୁଁ ଘରକୁ ଫେରିଛି ବୋଲି ସେ କହିଛନ୍ତି । ଡା. ଅନୁଶା ନିଜ ୪୦ ତମ ଜନ୍ମି ଦିନର କିଛି ସପ୍ତାହ ପରେ କରୋନାରେ ଆକ୍ରାନ୍ତ ହୋଇଥିଲେ । ଗତବର୍ଷ ମାର୍ଚ୍ଚରେ ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା । ରିପୋର୍ଟ ପଜିଟିଭ ଆସିବା ପରେ ମଧ୍ୟ ସେ ସୁସ୍ଥ ଥିଲେ । କିନ୍ତୁ ହଠାତ ତାଙ୍କର ଅମ୍ଳଜାନ ସ୍ତର ହ୍ରାସ ପାଇଥିଲା । ଏହା ୮୦ ତଳକୁ ଖସି ଯାଇଥିଲା । ସେ କହିଛନ୍ତି “ମୁଁ ବହୁତ ଅସୁସ୍ଥ ଥିଲି ଓ ମୋ ଅବସ୍ଥା ଦିନକୁ ଦିନ ଖରାପ ଦିନରେ ଗତି କରୁଥିଲା । ଆଇସିୟୁରେ ଥିବା ବେଳେ ଡାକ୍ତର ମୋ ପାଖକୁ ଆସିଥିଲେ ଓ ମୋତେ ଭେଣ୍ଟିଲେଟରରେ ରଖାଯିବା ଦରକାର ବୋଲି କହିଥିଲେ । ସେ ଏକଥା ଶୁଣି ତାଙ୍କ ସ୍ୱାମୀଙ୍କୁ ହ୍ୱାଟସଆପରେ କଲ କରିଥିଲେ । ଏହି ସମୟରେ ସେ ତାଙ୍କ ୧୮ ମାସର ଝିଅକୁ ଦେଖିବାକୁ କହିଥିଲେ । ଝିଅକୁ ଦେଖିବା ପରେ ମୁଁ ଭେଣ୍ଟିଲେଟରକୁ ଯାଇଥିଲି । ଭେଣ୍ଟିଲେଟରରେ ଥିବା ବେଳେ ମଧ୍ୟ ସ୍ୱାସ୍ଥ୍ୟବସ୍ଥା ସୁଧୁରି ନଥିଲା । ଶେଷରେ ମୋତେ ଇସିଏମଓରେ ରଖାଯାଇଥିଲା ।” ଇସିଏମଓ ହେଉଛି ଏମିତି ଏକ ଡାକ୍ତରୀ ବ୍ୟବସ୍ଥା, ଯେଉଁଥିରେ ରୋଗୀଙ୍କ ଫୁସଫୁସକୁ ସକ୍ଷମ କରି ରଖାଯାଇଥାଏ । ଏହା ଦୁଇଟି ଫୁସଫୁସ ଭଳି ରୋଗଙ୍କ ଶରୀରରେ କାମ କରେ । ଇଏସିଏମଓରେ ଥିବା ବେଳେ ପ୍ରଥମେ ଡାକ୍ତର ଅନୁଶାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଥିଲା । କିନ୍ତୁ ଏହାପରେ ସେ ଧୀରେଧୀରେ ସୁସ୍ଥ ହେବା ଆରମ୍ଭ କରିଥିଲେ । ଶେଷରେ ଦୀର୍ଘ ୩୫ ଦିନ ପରେ ସେ ଇଏସିଏମରୁ ବାହାରିଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!