ନୟାଗଡ଼ (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଚାନ୍ଦପୁର ଥାନାରେ ଆତଙ୍କବାଦୀ ବିରୁଦ୍ଧରେ ଶପଥପାଠ କରାଯାଇଛି । ଏହି ଶପଥ ପାଠରେ ଚାନ୍ଦପୁର ଥାନା ଆଇଆଇସି ରଶ୍ମିରଞ୍ଜନ ଦାସ ଙ୍କ ସମେତେ ସମସ୍ତ ଥାନା କର୍ମଚାରୀ ଶପଥ ପାଠରେ ଯୋଗ ଦେଇଥିଲେ । ନିଜ ଶକ୍ତି ସହିତ ଆତଙ୍କବାଦୀ ହିଂସାକୁ ବିରୋଧ କରିବୁ । ଅହିଂସା ଓ ସହନଶିଳତା ପରମ୍ପରା ଉପରେ ଦୃଢ଼ ବିକାଶ ରଖି ଶାନ୍ତି ବଜାୟ ରଖିବା । ମଣିଷ ଜୀବନ ଓ ମୂଲ୍ୟବୋଧ ପ୍ରତି ବିପଦ ସୃଷ୍ଟି କରୁଥିବା ବିଭେଦକାରୀ ଶକ୍ତି ମାନଙ୍କ ସହ ସଂଗ୍ରାମ ଜାରି ରଖିବା ପାଇଁ ଶପଥ ପାଠ କରିଥିଲେ । ଆଜିର ଦିନରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ହତ୍ୟା କରାଯାଇଥିଲା ।






