Friday, September 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବ୍ଲାକ ଫଙ୍ଗସକୁ ମହାମାରୀ ଘୋଷଣା କଲେ ରାଜ୍ୟ ସରକାର

by ସଞ୍ଜୟ ସ୍ୱାଇଁ
May 20, 2021
in Health, State
ବ୍ଲାକ ଫଙ୍ଗସକୁ ମହାମାରୀ ଘୋଷଣା କଲେ ରାଜ୍ୟ ସରକାର
334
VIEWS
Share on FacebookShare on Twitter

ଭୁବନେଶ୍ୱର (ବାଘୁଆବାର୍ତ୍ତା): ମ୍ୟୁକରମାଇକୋସିସ ବା ବ୍ଲାକ ଫଙ୍ଗସକୁ ମହାମାରୀ ଘୋଷଣା କରିଛନ୍ତି ରାଜ୍ୟସରକାର । କିଛି ସମୟ ପୂର୍ବରୁ ଏହି ରୋଗକୁ ମହାମାରୀ ବା ନୋଟିଫାଏବୁଲ ରୋଗ ଭାବରେ ଘୋଷଣା କରିବାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଥିଲେ କେନ୍ଦ୍ରସରକାର । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଳାୟ ଯୁଗ୍ମ ସଚିବ ଲବ ଅଗରୱାଲ ଓ ଟିମ ଆଜି ସାମ୍ବାଦିକ ସମ୍ମିଳନୀରେ ଏସମ୍ପର୍କରେ ସୂଚନା ଦେଇଥିଲେ । ଏପିଡେମିକ ଡିଜିଜ ଆକ୍ଟ ୧୮୯୭ ଅଧୀନରେ ଏହି ରୋଗକୁ ଗୁରୁତର ସହ ନେବାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦିଆଯାଇଥିଲା । ବ୍ଳାକ ଫଙ୍ଗସ ବା ମ୍ୟୁକରମାଇକୋସିସକୁ ମହାମାରୀ ଭାବେ ଘୋଷଣା କରିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏକ ଘୋଷଣା କରିଛି । ଏନେଇ ବିଭାଗ ପକ୍ଷରୁ କରାଯାଇଥିବା ଘୋଷଣାରେ କୁହାଯାଇଛି ଯେ ପରବର୍ତ୍ତି ନିର୍ଦ୍ଦେଶ ପର୍ଯ୍ୟନ୍ତ ଏପିଡେମିକ ଡିଜିଜ ଆକ୍ଟ ୧୮୯୭ ଆଧାରରେ ମ୍ୟୁକରମାଇକୋସିସ ନୋଟିଫାଏବଲ ଡିଜିଜ ଭାବରେ ଘୋଷଣା କରାଯାଉଛି । ତେବେ ବ୍ଳାକ ଫଙ୍ଗସ ବା ମ୍ୟୁକରମାଇକୋସିସକୁ ଘୋଷଣା କରିବା ପରେ କେନ୍ଦ୍ର ସରକାରଙ୍କୁ ଆକ୍ରାନ୍ତଙ୍କ ବିଷୟରେ ସମସ୍ତ ତଥ୍ୟ ଜଣାଇବେ ରାଜ୍ୟ ସରକାର । ତା ସହିତ ଏହି ରୋଗରେ ସ୍କ୍ରିନିଂ, ଚିକିତ୍ସା ଓ ଏହାର ସମସ୍ତ ପରିଚାଳନା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଳାୟର ନିର୍ଦ୍ଦେଶାବଳୀ ପାଳନ କରିବାକୁ । ସୂଚନା ଥାଉକି ମହାରାଷ୍ଟ୍ର ରାଜସ୍ଥାନ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଗୁଜୁରାଟ ଭଳି ରାଜ୍ୟରେ ବ୍ଲାକ ଫଙ୍ଗସ ଅନେକ ମାମଲା ସାମ୍ନାକୁ ଆସିଥିବା ବେଳେ ଓଡିଶାରେ ପ୍ରଥମେ ମେ ୧୦ ତାରିଖରେ ଏହି ରୋଗ ଦେଖାଯାଇଥିଲା । ରାଜ୍ୟରେ ପ୍ରଥମ ବ୍ଳାକ ଫଙ୍ଗସ ରୋଗ ଓଡିଶାରେ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସରକାର ସୂଚନା ଦେଇଥିଲେ । ଜଣେ ୭୧ ବର୍ଷୀୟ ବ୍ୟକ୍ତି ଏହି ରୋଗରେ ଆକ୍ରାନ୍ତ ଥିବା ସ୍ୱାସ୍ଥ୍ୟ ମନ୍ତ୍ରଳାୟ ସୂଚନା ଦେଇଥିଲା ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!