କଲ୍ୟାଣସିଂହପୁର (ବାଘୁଆବାର୍ତ୍ତା): “ନିୟମ ରାଜାଙ୍କୁ ଆମେ ବିଶ୍ୱାସ ଓ ପୂଜା କରି ଆସୁଛୁ । ଏଣୁ ଆମକୁ କରୋନା ହେବନାହିଁ ।” ଏପରି ଯୁକ୍ତି ବାଢ଼ି ନିୟମଗିରି ଡଙ୍ଗରିଆ କନ୍ଧମାନେ କରୋନା ଟେଷ୍ଟ କରିବେ ନାହିଁ ବୋଲି ପ୍ରଶାସନକୁ ରୋକଠୋକ ଶୁଣାଇ ଦେଇଥିଲେ । ଯାହାଫଳରେ ସ୍ୱାବ ସଂଗ୍ରହ କରିବାକୁ ଯାଇଥିବା ମେଡିକାଲ ଟିମ ଖାଲି ହାତରେ ଫେରିଥିଲା । ୫ ଦିନ କସରତ ପରେ ସ୍ୱାବ ପରୀକ୍ଷା ପାଇଁ ରାଜି ହୋଇଛନ୍ତି ନିୟମଗିରି ଡଙ୍ଗରିଆ କନ୍ଧ ସମାଜର ଲୋକେ । ଆସନ୍ତା କାଲିଠାରୁ ଅର୍ଥାତ ଶୁକ୍ରବାର ସ୍ୱାବ ପରୀକ୍ଷା ହେବେ । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ନିୟମଗିରି ପାହାଡ ଅଞ୍ଚଳ ସୁନାଖଣ୍ଡି ପଞ୍ଚାୟତ କାଡ୍ରାକାବଣ୍ଡେଲି ଗାଁରୁ କୋଭିଡ ପରୀକ୍ଷା ପାଇଁ ସ୍ୱାବ ସଂଗ୍ରହ କରାଯିବ । ରାୟଗଡ଼ା ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।





