ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ କରୋନା ମହାମାରୀ କାୟା ବିସ୍ତାର କରି ଚାଲିଥିବା ବେଳେ ଖଣ୍ଡପଡ଼ା ତହସିଲ ଅନ୍ତର୍ଗତ ରାଣୀଛେଲି ପଞ୍ଚାୟତ କଳାପାଙ୍ଗୀର ଉପରସାହି କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ଉକ୍ତ ଅଞ୍ଚଳରୁ ମାତ୍ରାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ତହସିଲଦାର ପାର୍ଥ ସାରଥି ହାସଁଦା ଆଜି ଦିନ ଠାରୁ ୨୫ ତାରିଖ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶନାମା ବଳବତ୍ତର ରହିବ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମୟ ମଧ୍ୟରେ ବାହାର ଲୋକଙ୍କୁ ଗାଁକୁ ଯିବା ପାଇଁ ବାରଣ କରାଯାଇଥିବା ବେଳେ ଗାଁକୁ ଲୋକ ବାହାରକୁ ଆସିବାକୁ ବାରଣ କରାଯାଇଛି । ଗାଁକୁ କୋଭିଡ୍ ନିୟମନୁସାରେ ବିଶୋଧନ କରାଯିବ ବୋଲି ଜଣାଯାଇଛି । ସେହିଭଳି ଭାବେ ଓଡ଼ଗାଁ ତହସିଲ ମାଛିପଡ଼ାର ମୁସଲିମ ସାହିକୁ କଣ୍ଟେନମେଣ୍ଟ ଘୋଷଣା କରିଛନ୍ତି । ତହସିଲଦାର ବିଜେୟିତା ସାମନ୍ତ ସିଂହାର ଆଜି ଦିନ ୨ଟାରୁ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଘୋଷଣା କରିଛନ୍ତି । ସେହିଭଳି ଭାବେ କଣ୍ଟିଲୋ ଆରଆଇ କାର୍ଯ୍ୟାଳୟକୁ ଚାରି ଦିନ ସଟଡାଉନ କରାଯାଇଥିବା ସୂଚନା ମିଳିଛି ।






