ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଶ୍ରୀଲଙ୍କା ଗସ୍ତରେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରାହୁଲା ଦ୍ରାବିଡ । ଆସନ୍ତା ଜୁଲାଇ ମାସରେ ଟିମ୍ ଇଣ୍ଡିଆ ଗସ୍ତ କରି ସେଠାରେ ୩ଟି ଦିନିକିଆ ଓ ୩ଟି ଟି-ଟୋଣ୍ଟି ମ୍ୟାଚ୍ ଖେଳିବ । ଏହି ଦିନିକିଆ ଓ ଟି-ଟୋଣ୍ଟି ସିରିଜରେ କୋଚ୍ ଭାବରେ ଦଳରେ ରବି ଶାସ୍ତ୍ରୀ ସାମିଲ ହେବାକୁ ନଥିବା ବେଳେ ତାଙ୍କ ସ୍ଥାନରେ ପୂର୍ବତନ ଅଧିନାୟକ ତଥା ନ୍ୟାସନାଲ କ୍ରିକେଟ୍ ଏକାଡେମୀର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ଟିମ୍ ଇଣ୍ଡିଆ ସହ ଶ୍ରୀଲଙ୍କା ଗସ୍ତ କରିବେ । ଏହାକୁ ନେଇ ବିସିସିଆଇ ପକ୍ଷରୁ ସ୍ପଟ ହୋଇନଥିବା ବେଳେ ଯଥାଶୀଘ୍ର ନିଷ୍ପତ୍ତି ଘୋଷଣା ହେବ । ଟିମ୍ ଇଣ୍ଡିଆ ଶ୍ରୀଲଙ୍କା ଗସ୍ତ କରି ଜୁଲାଇ ୧୩ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ୩ଟି ଦିନିକିଆ ଓ ୩ଟି ଟି-ଟୋଣ୍ଟି ମ୍ୟାଚ୍ ଖେଳିବ । ପୂର୍ବରୁ ୨୦୧୪ରେ ରାହୁଲ ଦ୍ରାବିଡ ଇଂଲଣ୍ଡ ଗସ୍ତ ବେଳେ ଭାରତୀୟ ସିନିୟର ଟିମର ବ୍ୟାଟିଂ କୋଚ ଭାବରେ ସୂଚାରୁ ଭାବେ ଦାୟୀତ୍ୱ ତୁଲାଇଥିଲେ ।






