Monday, August 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିବାହ ବଦଳରେ ଶ୍ମଶାନରେ ଜଳିଲା ଜୁଇ, ବିଷ ପିଇ ଆତ୍ମହତ୍ୟା କଲେ ମଙ୍ଗୁଳା କନ୍ୟା

by ସଞ୍ଜୟ ସ୍ୱାଇଁ
May 20, 2021
in Crime, State
ବିବାହ ବଦଳରେ ଶ୍ମଶାନରେ ଜଳିଲା ଜୁଇ, ବିଷ ପିଇ ଆତ୍ମହତ୍ୟା କଲେ ମଙ୍ଗୁଳା କନ୍ୟା
593
VIEWS
Share on FacebookShare on Twitter

ଗଞ୍ଜାମ (ବାଘୁଆବାର୍ତ୍ତା): ସରିଥିଲା ସମସ୍ତ ପ୍ରସ୍ତୁତି, ହୋଇଥାନ୍ତା ଯୁବତୀଙ୍କ ବାହାଘର । ବର ଆସି ଥାଆନ୍ତା ଆଉ ବାହାଘର ହୋଇଥାନ୍ତା । ବିବାହ ପୂର୍ବରୁ ବିଷକ୍ରିୟାରେ କନ୍ୟାର ମୃତ୍ୟୁ ହୋଇଛି । ବାହା ବେଦିରେ ଅଗ୍ନିକୁ ସାକ୍ଷୀ ରଖି ବିବାହ କରିବା ବଦଳରେ ଶ୍ମଶାନରେ ଜଳିଲା ଜୁଇ । ଏଭଳି ଏକ ଦୁଃଖଦ ହୃଦୟ ବିଦାରକ ଘଟଣା ଭଞ୍ଜନଗର ଥାନା ଅନ୍ତର୍ଗତ ତୁରୁମୁ ଗ୍ରାମରେ ଘଟିଛି । ଥାନା ସୂତ୍ରରୁ ମଳିଥିବା ସୂଚନା ପ୍ରକାର ତୁରୁମୁ ଗ୍ରାମର ବଡ଼ସାହିର ମଙ୍ଗୁଳୁ ନାୟକଙ୍କର ଝିଅ ସନ୍ତୋଷିନୀ(୨୦)ଙ୍କ ସହ ତାରାସିଂ ଥାନା ଅନ୍ତର୍ଗତ ଗାଡ଼ିଆପଡା ଗ୍ରାମର ବୃନ୍ଦାବନ ଗୌଡଙ୍କ ପୁଅ ପ୍ରଦୀପ ସହ ବୁଧବାର ବାହାଘର ହୋଇଥାନ୍ତା । ସନ୍ତୋଷିନୀ ମଙ୍ଗଳବାର ରାତିରେ ଘରର ଅନ୍ୟ ସଦସ୍ୟଙ୍କ ସହ ରାତ୍ରଭୋଜନ କରିବାପରେ ଶୋଇଯାଇଥିଲା । ବିଳମ୍ବିତ ରାତିରେ ସେ ପରିବାରର ଅନ୍ୟ ସଦସ୍ୟମାନେ ଶୋଇଯିବା ଦେଖି ବିଷ ପିଇଦେଇଥିଲା । ଭୋରରୁ ପରିବାର ଲୋକ ଛଟପଟ ହେଉଥିବା ଦେଖି ପଚାରିବାରେ ସନ୍ତୋଷିନୀ ବିଷ ପିଇ ଦେଇଥିବା କହିଛନ୍ତି । ତାଙ୍କୁ ଭଞ୍ଜନଗର ଡାକ୍ତରଖାନା ନିଆଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି । ଭଞ୍ଜନଗର ଥାନା ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଛେଦ କରାଇବାପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!