Thursday, September 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜେପି ନଡ୍ଡା, ସ୍ମୃତି ଇରାନୀ ଓ ସମ୍ବିତ ପାତ୍ରଙ୍କ ନାଁରେ ଏଫଆଇଆର

by ସଞ୍ଜୟ ସ୍ୱାଇଁ
May 20, 2021
in NATIONAL NEWS
ଜେପି ନଡ୍ଡା, ସ୍ମୃତି ଇରାନୀ ଓ ସମ୍ବିତ ପାତ୍ରଙ୍କ ନାଁରେ ଏଫଆଇଆର
678
VIEWS
Share on FacebookShare on Twitter

ନୂଆଦିଲ୍ଲୀ (ବାଘୁଆବାର୍ତ୍ତା): କୋଭିଡ ଟୁଲକିଟ ଘଟଣାରେ ବଢ଼ିଛି ବିଜେପିର ଅଡୁଆ । କଂଗ୍ରେସ ପକ୍ଷରୁ ଏହି ଘଟଣାରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, ସାଧାରଣ ସମ୍ପାଦକ ବିଏଲ ସନ୍ତୋଷ ଓ ମୁଖପାତ୍ର ସମ୍ବିତ ପାତ୍ରଙ୍କ ବିରୋଧରେ ଏଫଆଇଆର କରାଯାଇଛି । ରାଜସ୍ଥାନ କଂଗ୍ରେସ ସମ୍ପାଦକ ଯଶବନ୍ତ ଗୁରଜର ଜୟପୁରର ବାଜାଜ ନଗର ପୁଲିସ ଷ୍ଟେସନରେ ଏହି ଏଫଆଇଆର ଦେଇଛନ୍ତି । ବିଜେପି ମିଛ ଓ ଛଳନାର ରାଜନୀତି କରୁଥିବା କଂଗ୍ରେସ ଅଭିଯୋଗ କରିଛି ନିକଟରେ ବିଜେପି ପକ୍ଷରୁ ଗୋଯିଏ ଟୁଲକିଟ ଜାରି କରାଯାଇଥିଲା । ଏହି ଟୁଲକିଟକୁ କଂଗ୍ରେସ ମହାମାରୀ ସମୟରେ ପ୍ରସ୍ତୁତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସରକାରଙ୍କ ଛବିକୁ ଖରାପ କରିବାକୁ ଚାହୁଁଥିବା ଦଳ ଦାବି କରିଥିଲା । ତେବେ କଂଗ୍ରେସ ଏହାକୁ ମିଛ ଓ ଦଳ ପକ୍ଷରୁ ସେମିତି କୌଣସି ଟୁଲକିଟ ପ୍ରସ୍ତୁତ କରାଯାଇନଥିବା କୁହାଯାଇଛି । ବିଜେପି ନେତାମାନଙ୍କ ମଧ୍ୟରୁ ପ୍ରଥମେ ଜେପି ନଡ୍ଡା ଏହି ତଥାକଥିତ ଟୁଲକିଟକୁ ଟ୍ୱିଟ କରିଥିଲେ । ଏହାପରେ ଏହାକୁ ସମ୍ବିତ ପାତ୍ର, ସ୍ମୃତି ଇରାନୀ ଓ ବିଏଲ ସନ୍ତୋଷ ଆଗକୁ ନେଇ ଭାଇରାଲ କରିଥିଲେ । ଟୁଲକିଟଟି କଂଗ୍ରେସର ଲେଟରହେଡ୍ରେ ରହିଥିବା ବେଳେ ଏହାକୁ ଏଆଇସିସି ରିସର୍ଚ୍ଚ ବିଭାଗ ପ୍ରସ୍ତୁତ କରିଥିବା କୁହାଯାଇଥିଲା । ଏହାକୁ ନେଇ ବିଜେପିର ଅଡୁଆ ବଢ଼ିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!