ଭଦ୍ରକ (ବାଘୁଆବାର୍ତ୍ତା): ବସ ଭିତରେ ଜୀବନ ହାରିଲେ ପ୍ରବାସୀ । ଭୟରେ ଓହ୍ଲାଇ ଚାଲିଗଲେ ଅନ୍ୟ ପ୍ରବାସୀ । ଏପରି ଏକ ଘଟଣା ଘଟିଛି ଭଦ୍ରକ ବନ୍ତ ଛକ ନିକଟରେ । ଏକ ବସ କୋଏମ୍ବାଟୁରରୁ ପ୍ରବାସୀଙ୍କୁ ନେଇ ପଶ୍ଚିମବଙ୍ଗ ଯାଉଥିଲା । ଏଥିରେ ଥିବା ଜଣେ ପ୍ରବାସୀ ବସ ଭିତରେ ହିଁ ପ୍ରାଣ ହରାଇଥିବା କୁହାଯାଉଛି । ତାଙ୍କ ମୃତ୍ୟୁ ପରେ ବସରୁ ଓହ୍ଲାଇ ଅନ୍ୟ ପ୍ରବାସୀମାନେ ପଳାଇଛନ୍ତି । ବସଟି ବନ୍ତ ଛକ ନିକଟରେ ହିଁ ଅଟକ ରହିଛି । ଘଟଣାସ୍ଥଳରେ ଟାଉନ ଥାନା ପୁଲିସ ପହଁଚି ଛାନଭିନ ଆରମ୍ଭ କରିଛି ।






